Categories: ଜାତୀୟ

ମୃତ ବିକ୍ଷୋଭକାରୀଙ୍କ ପରିବାରଙ୍କୁ ଭେଟିବେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏଥିରେ ଉତ୍ତର ପ୍ରଦେଶରେ ସର୍ବାଧିକ ପ୍ରାୟ ୧୮ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୃତକଙ୍କ ପରିବାରଙ୍କୁ ଭେଟିବାକୁ ମିରଟ ଗସ୍ତ କରିଛନ୍ତି। ସୋମବାର କଂଗ୍ରେସ ପକ୍ଷରୁ ନୂଆଦିଲ୍ଲୀର ରାଜଘାଟଠାରେ ସିଏଏକୁ ବିରୋଧ କରି ‘ଏକତା ସତ୍ୟାଗ୍ରହ’ର ଆୟୋଜନ କରାଯାଇଥିଲା। ଏଥିରେ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ମଙ୍ଗଳବାର ଏହି ସତ୍ୟାଗ୍ରହରେ ଯୋଗଦେଇଥିବା ଯୁବବର୍ଗ, ଛାତ୍ର ଓ କର୍ମୀମାନଙ୍କୁ ଧନ୍ୟବାଦ ଦେବା ପରେ ରାହୁଲ ମିରଟ ଗସ୍ତ କରିଛନ୍ତି।

Share