ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି: ହଇରାଣ ହେଉଛନ୍ତି ହିତାଧିକାରୀ

ନୂଆପଡ଼ା,୩୦।୧୨(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶ୍ରମକାର୍ଡ ଧାରୀଙ୍କ ମୃତ୍ୟୁର ୪ବର୍ଷ ପରେ ମଧ୍ୟ ସହାୟତା ମିଳୁନି। ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କ ଅବହେଳା ଯୋଗୁ ଯୋଜନାଗୁଡିକ ଗରିବ ହିତାଧିକାରୀମାନଙ୍କ ପାଖରେ ପହଞ୍ଚତ୍ ପାରୁନାହିଁ। ଜିଲା କାର୍ଯ୍ୟାଳୟରେ ମଧ୍ୟସ୍ଥ ଯୋଗୁ ଯୋଗୁଁ ହିତାଧିକାରୀ ହଇରାଣ ହେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜିଲା ଶ୍ରମ ଅଧିକାରୀ କାର୍ଯ୍ୟାଳୟ ଖରିଆର ରୋଡରେ। ଜିଲା ଶ୍ରମ କାର୍ଯ୍ୟାଳୟରେ ମଧ୍ୟସ୍ଥଙ୍କୁ ନ ଧରିଲେ କୌଣସି କାର୍ଯ୍ୟ ହେଉ ନ ଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି। ନୂତନ ଶ୍ରମିକ ପଞ୍ଜିକରଣ, ନବୀକରଣ ହେଉ ବା ଛାତ୍ରବୃତ୍ତି ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା ତଥା ଅନ୍ୟାନ୍ୟ ସହାୟତା ପାଇଁ ମଧ୍ୟସ୍ଥ ନ ହେଲେ କାର୍ଯ୍ୟ ହେଉନାହିଁ।
ପ୍ରାପ୍ତ ସୂଚନା ଅନୁଯାୟୀ ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗାଁର ଶ୍ରମିକକାର୍ଡ ଧାରୀ ରବି ମାଝୀ ୨୦୨୧ ଅକ୍ଟୋବର ୧୮ରେ ମୃତ୍ୟୁବରଣ କରିଛନ୍ତି। ଶ୍ରମିକ କାର୍ଡଧାରୀଙ୍କ ମୃତ୍ୟୁ ହେଲେ ତାଙ୍କର ଉତ୍ତରାଧିକାରୀ ମୃତ୍ୟୁକାଳୀନ ସହାୟତା ପାଇବା ପାଇଁ ହକଦାର। ହେଲେ ଆଜକୁ ୪ବର୍ଷ ବିତି ଯାଇଥିଲେ ମଧ୍ୟ ରବିଙ୍କ ପରିବାର ମୃତ୍ୟୁକାଳୀନ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ରବିଙ୍କ ସ୍ତ୍ରୀ ସୁଶିଳା ଓ ଝିଅ ଦୌପଦୀ ଜିଲା ଶ୍ରମ କାର୍ଯ୍ୟାଳୟ ଖରିଆର ରୋଡଙ୍କୁ ଦୌଡି ଦୌଡି ନୟାନ୍ତ ହୋଇ ପଡିଲେଣି। ରବିଙ୍କ ମୃତ୍ୟୁ ହେବା ପରେ ତାଙ୍କ ସ୍ତ୍ରୀ ସୁଶିଳା ମାନସିକ ବିକୃତ ହୋଇ ଯାଇଛନ୍ତି। ସେଥିପାଇଁ ଝିଅ ଦୌପଦୀ ମା’ଙ୍କୁ ସାଙ୍ଗରେ ଧରି ଶ୍ରମ କାର୍ଯ୍ୟାଳୟକୁ ଦୌଡୁଛନ୍ତି। ମୃତ୍ୟୁକାଳୀନ ସହାୟତା ଆଜି ମିଳିବ, କାଲି ମିଳିବ ବୋଲି ଗଡି ୪ ବର୍ଷ ବିତିଯାଇ ସହାୟତା ନ ମିଳିବାରୁ ମା’ଓ ଝିଅ ନିରାଶ ହୋଇ ମାନବ ଅଧିକାର ପରିଷଦ ଜିଲା ସମ୍ପାଦକ ଗୋବିନ୍ଦ ଅହିରଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ମାନବ ଅଧିକାର ପରିଷଦ ଜିଲା ସମ୍ପାଦକ ଅହିର ଜିଲା ଶ୍ରମ ଅଧିକାରୀ ଜସ୍ନିନ ଶୁଭଦର୍ଶନୀ ସାହୁଙ୍କୁ ଯୋଗାଯୋଗ କରି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହା ପରେ ମା’ ଓ ଝିଅ ପରିଷଦ ସମ୍ପାଦକ ଅହିର ସହ ଶ୍ରମ କାର୍ଯ୍ୟାଳୟକୁ ଯାଇ ଶ୍ରମ ନିର୍ଦ୍ଦେଶକ ରବୀନ୍ଦ୍ର ବାର୍ଲାଙ୍କଠାରେ ଅଭିଯୋଗ କରିଥିଲେ। ମୃତ୍ୟୁ ପ୍ରମାଣପତ୍ର ସହ ଅନ୍ୟାନ୍ୟ କାଗଜାତ କାର୍ଯ୍ୟାଳୟରେ ଦାଖଲ ପରେ ମୃତ୍ୟୁକାଳୀନ ସହାୟତା କାର୍ଯ୍ୟ ସଫଳ ହେଲା। ଆଗାମୀ ଦିନରେ ଜିଲା ଶ୍ରମ କାର୍ଯ୍ୟାଳୟରେ ଏଭଳି ଶ୍ରମିକମାନଙ୍କୁ ହଇରାଣ କରାଗଲେ ମାନବ ଅଧିକାର ପରିଷଦରେ ମାମଲା ରୁଜୁ କରାଯିବ ବୋଲି ପରିଷଦ ସମ୍ପାଦକ ଅହିର ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri