ମୂଳ ଭାରତୀୟ ସୁଦର୍ଶନମ ବାବୁଙ୍କୁ ଆମେରିକାର ଶୀର୍ଷ ବିଜ୍ଞାନ ବୋର୍ଡରେ ନିଯୁକ୍ତି ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୧।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ମୂଳ ଭାରତୀୟ ଆମେରିକୀୟ ସୁଦର୍ଶନମ ବାବୁଙ୍କୁ ଦେଶର ସର୍ବୋଚ୍ଚ ବିଜ୍ଞାନ ବୋର୍ଡରେ ନିଯୁକ୍ତ କରିଛନ୍ତି। ସୁଦର୍ଶନମ ସମ୍ମାନଜନକ ଓକ ରିଜ ନ୍ୟାଶନାଲ ଲାବୋରୋଟୋରୀ(ଓଆର୍‌ଏନ୍‌ଏଲ୍‌)ର ହୋଇଥିବା ବେଳେ ତାଙ୍କୁ ୬ ବର୍ଷ ପାଇଁ ଆମେରିକାର ସର୍ବୋଚ୍ଚ ବିଜ୍ଞାନ ବୋର୍ଡରେ ନିଯୁକ୍ତି ଦିଆଯାଇଥିବା ହ୍ବାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ବାବୁ ୧୯୮୮ରେ ଆଇଆଇଟି ମାଡ୍ରାସରେ (industrial metallurgy – welding)ରେ ମାଷ୍ଟରର୍ସ ଡିଗ୍ରୀ ହାସଲ କରିଛନ୍ତି। ୧୯୮୬ରେ ସେ କୋଏମ୍ବାଟୁରର ପିଏସ୍‌ଜି କଲେଜ ଅଫ୍‌ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ସାମଗ୍ରୀ ବିଜ୍ଞାନ ଓ ଧାତୁ ବିଜ୍ଞାନରେ ପିଏଚ୍‌ଡି କରିଛନ୍ତି। ଏବେ ସେ ଇଣ୍ଟରଡିସିପ୍ଲିନାରୀ ରିସର୍ଚ୍ଚ ଆଣ୍ଡ ଗ୍ରାଜୁଏଟ ଏଜୁକେଶନ, ବ୍ରେଡସେନ ସେଣ୍ଟରର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ଏହାସହ ସୁଦର୍ଶନମଙ୍କର ଆଡଭାନ୍ସଡ ମନୁଫ୍ୟାକଚରିଂ, ଆଡିଟିଭ ମନୁଫ୍ୟାକଚରିଂ, ଫିଜିକାଲ ମେଟାଲୁରଜି ଓ କମ୍ପ୍ୟୁଟେଶନାଲ ମଟେରିଆଲ୍ସ ମଡେଲିଂରେ ୨୧ ବର୍ଷର ଅଭିଜ୍ଞତା ରହିଛି। ତୃତୀୟ ଇଣ୍ଡିଆନ ଆମେରିକାନ ଭାବେ ସେ ଏହି ସମ୍ମାନସୂଚନ ବୋର୍ଡରେ ସ୍ଥାନ ପାଇଛନ୍ତି।

Share