Categories: ବରଗଡ଼

ମୂର୍ତ୍ତି ଲାଗି ମାଏଟ୍‌ ଅଭାବ, ଚିନ୍‌ତାରେ କାରିଗର

ଜାମଟିକ୍ରା, ୧୦।୮ (ଡି.ଏନ୍‌.ଏ.): ଏହେଦ୍‌କା ଶରାବନ୍‌ ମାସର ତୁରତୀଅ ହପ୍‌ତା ଚାଲିଛେ। ଇତାର ପରେ ଭୁଦୋ ମାସ ଆରମ୍‌ରୁ ପରବ୍‌ ପରବାନୀ ଆରମ୍‌ ହେଇଯିବା। ଭୁଦୋରେ ଗଣେଶ ପୂଜାନୁ ଆରମ୍‌ କରି ବିଶ୍ୱକର୍ମା, ଖୁଦୁରୁକୁନୀ, ଦଶହରା, କାଳୀପୂଜା ଆର ଗୋବର୍ଦ୍ଧନ ପୂଜା ହେବା। କାରିଗରମାନେ ଅତାବିରା, ଚକୁଳିଫାର୍ମ, ଗୋଡ଼ଭଗା, କାଦୋବାହାଲ, ରେଙ୍ଗାଲି କ୍ୟାମ୍ପ, ପାହାଡ଼ଶ୍ରୀଗିଡ଼ା, ଲରମ୍ଭା ଆଦି ଜାଗାରେ ଜୋରସୋରରେ ମୂର୍ତ୍ତି ତିଆରି କାମ୍‌ ଚଲେଇଛେନ୍‌। ଇତାକେ ବୁରତି ହିସାବେ ଧରିଥିବାର କାରିଗରମାନେ ମୂର୍ତ୍ତି ତିଆର କରୁଥିଲେ ବି ଇଥିରଲାଗି ଦରକାର ପଡ଼ୁଥିବାର ସାଜୋସାମାନର ଦରଦାମ୍‌ ବଢ଼ିଗଲାନ। ଯେନ୍‌ଥିରଲାଗି ପରିଶ୍‌ରମ ହିସାବେ ଦାମ୍‌ ନାଇଁ ମିଲବାର ବଲି କାରିଗରମାନେ କହିଛନ୍‌। ସବୁଥିରୁ ବଡ଼ ଅସବିଧା ହେଲା ମୂର୍ତ୍ତି ତିଆରି ଲାଗି ଦରକାର ପଡ଼ୁଥିବାର ମାଏଟ୍‌ ନାଇଁ ମିଲବାର। ଅଂଚଲରେ ଲୋକ୍‌ ସଂଖ୍ୟା ବଢ଼ବାର ସଂଗେ ଖେତ୍‌, ନଏଦ୍‌ ଖଁଡ଼ିମାନ୍‌କେ ଘରଦୁଆର ହେଇଗଲାନ। ଯେନ୍‌ଥିରଲାଗି ଆଘର ଲେଖେଁ ସୁବିଧାରେ ମାଏଟ୍‌ ନାଇଁ ମିଲବାର। ଆଏଜ୍‌କାଲି ଗୁଟେ ଟ୍ରିପ୍‌ ମାଏଟ୍‌ ଆନ୍‌ଲେ ୧୫ଶହରୁ ୨ ହଜାର ଟଁକା ତକ୍‌ ପଡ଼ୁଛେ ବଲି ମୂର୍ତ୍ତି କାରିଗର ନିତ୍ୟାନନ୍ଦ ରଣା କହିଛନ୍‌। ସେନ୍‌ତା ନଡ଼ା ୧୫୦ ଟଁକା ହେଇଥିଲାବେଲେ ବାଉଁଶ ଗୁଟାକ ୧ଶହରୁ ୧୫୦ ଟଁକା ତକ୍‌ ପଡ଼ୁଛେ। ରଂଗ, ତୂଳୀର ଦାମ୍‌ ବି ବଢ଼ିଗଲାନ। ସେଥିରଲାଗି ମୂର୍ତ୍ତିର ଦାମ୍‌ ବି ବଢ଼ୁଛେ। ୪ରୁ ୫ ଫୁଟ ଉଚା ମୂର୍ତ୍ତି ୪ରୁ ୫ ହଜାର ଟଁକାରେ ନାଇଁ ବିକ୍‌ଲେ କ୍ଷତି ହେଉଛେ। ହେଲେ ଇ ଦାମ୍‌ରେ ମୂର୍ତ୍ତି ବିକ୍‌ଲେ ଗରାଖ ବି ଅସନ୍‌ତୋଷ ହେଉଛନ୍‌। ଗଲା ୨୦ ବଛର ହେଲା ଥୁଆପାଲି ଅଂଚଲରେ ମୂର୍ତ୍ତି ତିଆର କରି ଆସୁଥିବାର ରାମ ଛତ୍ରିଆ ଚଲତି ବଛର ୧୦ ଦିନ୍‌ ହେଲା ମୂର୍ତ୍ତି ତିଆରି କାମ୍‌ ମୂଲ କରିଛନ୍‌। ଏହେଦେ ଗଣେଶ, ବିଶ୍ୱକର୍ମା ଆର ଖୁଦୁରୁକୁଣୀ ମୂର୍ତ୍ତି ତିଆର କରୁଥିଲାବେଲେ ଝନେ ଦୁଇଝନ୍‌ କାରିଗର ତାହାକୁ ସହଯୋଗ କରୁଥିବାର ସେ କହିଛନ୍‌। ପରବ୍‌ ପରବାନୀ ସମିଆରେ ମୂର୍ତ୍ତି ତିଆରି ଲାଗି ସରକାର କାରିଗରମାନକୁ ମାହାଲିଆ ଜାଗା ଯୁଗେଇ ଦେଲେ ହୁଏତ କାରିଗରମାନେ ଉପ୍‌କାର ପାଏତେ। ଇ କଳା ଉପରେ କାରିଗରମାନକର ଆରଟିକେ ରୁଚି ବଢ଼ତା ବଲି ଅନେକ କାରିଗର କହିଛନ୍‌।