Categories: ଜାତୀୟ

ମୂର୍ତ୍ତି ବିସର୍ଜନବେଳେ ଅଘଟଣ: ପାଣିରେ ବୁଡି ଗଲା ୭ ଜଣଙ୍କ ଜୀବନ

ଢୋଲପୁର,୯।୧୦: ରାଜସ୍ଥାନର ଢୋଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନବେଳେ ବୁଡିଯାଇ ୭ଜଣଙ୍କ ମୃତ୍ୟୁ ଘଟିଛି। ପାର୍ବତ ନଦୀରେ ମୂର୍ତ୍ତି ବିସର୍ଜନବେଳେ ଏଭଳି ଅଘଟଣ ଘଟିଥିବା ଢୋଲପୁର ଜିଲାପାଳ ରାକେଶ ଜଶଓ୍ବାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ମା’ଙ୍କୁ ମୂର୍ତ୍ତି ବିସର୍ଜନ ପାଇଁ ପାର୍ବତୀ ନଦୀକୁ ଅଣାଯାଇଥିଲା। ମୂର୍ତ୍ତି ବିସର୍ଜନବେଳେ ୧୦ଜଣ ପାଣିରେ ବୁଡିଯାଇଥିଲେ। ତାଙ୍କୁ ଖୋଜିବା ପାଇଁ ଏନଡିଆରଏଫର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଭୋରରୁ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଏବେ ବି ଆଉ ତିନିଜଣ ନିଖୋଜ ଅଛନ୍ତି। ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।

Share