ମୂର୍ତ୍ତି ପରେ ଘରେ ପହଞ୍ଚୁଛି ଚାଇନା ଧୂପବତି;ସଙ୍କଟରେ ଭାରତୀୟ ଘରୋଇ ଉଦ୍ୟୋଗ

ନୂଆଦିଲ୍ଲୀ,୩୦-୮: ଭାରତୀୟ ଘରେ ଏବେ ମୂର୍ତ୍ତି ପରେ ଚାଇନା ନିର୍ମିତ ଧୂପବତି ପହଞ୍ଚତ୍ବାରେ ଲାଗିଛି। ଏହା ଏବେ ଏଭଳି ସ୍ଥିତିରେ ପହଞ୍ଚତ୍ଲାଣି ଯେ, ଦେଶର ଘରୋଇ ଅଗରବତୀ ଶିଳ୍ପ ସଙ୍କଟ ଘେରକୁ ଆସିଗଲାଣି। ଚାଇନାରୁ ଧୂପବତି ଆମଦାନୀ ବହୁ ହଜାର ଗୁଣା ବଢ଼ିଗଲାଣି।
ଖଦି ଏବଂ ଗ୍ରାମୋଦ୍ୟୋଗ କମିଶନ(କେଭିଆଇସି)ର ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିଛି। ଚାଇନା ଓ ଭିଏତନାମରୁ ବିପୁଳ ମାତ୍ରାରେ ଧୂପବତି ଭାରତକୁ ଆସୁଛି। ୨୦୧୮ରେ ଭାରତର ଏହି ଶିଳ୍ପ ୬୦୦୦ କୋଟି ଟଙ୍କା ଥିବା ବେଳେ କେବଳ ଚାଇନାରୁ ୮୦୦ କୋଟି ଟଙ୍କାର ଧୂପବତି ଭାରତକୁ ଆମଦାନୀ କରାଯାଇଛି। ଏଥିରେ କଞ୍ଚା ଧୂପ ଓ ବାଉଁଶ କାଠି ସାମିଲ ରହିଛି। କେଭିଆଇସି ଅଧ୍ୟକ୍ଷ ବି.କେ.ସାକ୍ସେନାଙ୍କ କହିବାନୁଯାୟୀ, ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ୧ କୋଟି ଟଙ୍କାରୁ କମ୍‌ ବାଉଁଶ କାଠି ବିଦେଶରୁ ଆମଦାନୀ ହେଉଥିଲା। ଯାହା ୨୦୧୧ରେ ଆମଦାନୀ ଶୁଳ୍କ ହ୍ରାସ ପରେ ୨୦୧୪ରୁ ୨୦୧୮ ମଧ୍ୟରେ ବଢ଼ି ୧୨୯ କୋଟି ଟଙ୍କାରେ ପହଞ୍ଚତ୍ଛି। ଏଭଳି ଭାବେ ଭାରତରେ ୨୦୦୯ରେ ୩୧ କୋଟି ଟଙ୍କାର କଞ୍ଚା ଧୂପବତି ଆମଦାନୀ ହୋଇଥିଲା, ଯାହା ୨୦୧୮ରେ ବଢ଼ି ୫୪୬ କୋଟି ଟଙ୍କା ହୋଇଛି। କେବଳ ଚାଇନାରୁ କଞ୍ଚା ଧୂପବତି ଆମଦାନୀ ୨୦୧୧ରେ ୧.୭ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୮ରେ ୨୧୨ କୋଟି ଟଙ୍କାରେ ପହଞ୍ଚତ୍ୟାଇଛି। ଗତ ୭ ବର୍ଷ ଭିତରେ ଚାଇନାର ଧୂପବତି ଆମଦାନୀ ୧୨,୩୭୦ ଗୁଣା ବଢ଼ିଯାଇଛି। ୨୦୦୯ରେ ମାତ୍ର ୨ ପ୍ରତିଶତ କଞ୍ଚା ଧୂପବତି ଆମଦାନୀ ହେଉଥିଲା ବେଳେ ଆଜି ୮୦ ପ୍ରତିଶତରେ ପହଞ୍ଚତ୍ୟାଇଛି। ସୂଚନାଥାଉ କି, ୨୦୧୧ରେ କଞ୍ଚା ଧୂପବତି ଆମଦାନୀ ଶୁଳ୍କକୁ ୩୦ରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଥିଲା। ୨୦୧୮ରେ ଇଣ୍ଡୋ-ଏସିଆନ ମୁକ୍ତ ବାଣିଜ୍ୟ ଚୁକ୍ତି ବଳରେ ଏହାକୁ ୫%କୁ ହ୍ରାସ କରାଯାଇଥିଲା। ଫଳରେ କଞ୍ଚା ଧୂପବତି କେଜି ୭୦ରୁ ୪୮ ଟଙ୍କାକୁ ହ୍ରାସ ପାଇଛି। ଏହା ଘରୋଇ ଶିଳ୍ପ ପାଇଁ ସଙ୍କଟର କାରଣ ହୋଇଛି। ଏସମ୍ପର୍କରେ ଜାଣିବା ପରେ ସରକାରଙ୍କ ନିଦ ଭାଙ୍ଗିଛି। ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଚାର କରାଯାଉଛି। ନିକଟ ଭବିଷ୍ୟତରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି। ବାଉଁଶ କାଠି ଅଥବା କଞ୍ଚା ଧୂପବତି ଉପରେ ଆମଦାନୀ ଶୁଳ୍କ ବଢ଼ାଇବା ନେଇ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ମନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri