ମୁଶରଫଙ୍କୁ ଫାଶୀ ଦଣ୍ଡାଦେଶ: ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ

ଇସଲାମାବାଦ୍‌,୧୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶରଫ୍‌ଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଏକ ସ୍ବତନ୍ତ୍ର ଅଦାଲତ ଫାଶୀ ଦଣ୍ଡାଦେଶ କରିଛନ୍ତି। ୨୦୦୭ରେ ପାକିସ୍ତାନରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଅଣାଯାଇଥିଲା। ୨୦୧୩ ଡିସେମ୍ବରଠାରୁ ଏହି ମାମଲା ଉପରେ ଶୁଣାଣି ଜାରି ରହିଥିଲା ୨୦୧୪ ମାର୍ଚ୍ଚ ୩୧ରେ ଏହି ମାମଲାରେ ମୁଶରଫ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେ ୧୯୯୯ଠାରୁ ୨୦୦୮ ପର୍ଯ୍ୟନ୍ତ ଦେଶ ଶାସନ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜୀର୍‌ ଭୁଟ୍ଟୋ ଏବଂ ଲାଲ୍‌ ମସଜିଦ୍‌ ଧର୍ମଗୁରୁଙ୍କୁ ହତ୍ୟା କରିବା ଷଡ଼ଯନ୍ତ୍ରରେ ତାଙ୍କୁ ପଳାତକ ଘୋଷିତ କରାଯାଇଛି। ଏବେ ମୁଶରଫ ୨୦୧୬ ମାର୍ଚ୍ଚଠାରୁ ଗତ ୪୫ ମାସ ଧରି ଦୁବାଇରେ ବାସ କରୁଛନ୍ତି।

Share