Categories: ଜାତୀୟ

ମୁମ୍ବାଇ, ପୁଣେ, ନାଗପୁର ସମେତ ମହାରାଷ୍ଟ୍ରର ୪ ସହର ଲକ୍‌ଡାଉନ୍‌

ମୁମ୍ବାଇ.୨୦।୩: ମହାରାଷ୍ଟ୍ରରେ କରୋନା ପୀଡ଼ିତଙ୍କ ସଂଖ୍ୟା ସବୁଠାରୁ ଅଧିକ ଥିବାରୁ ଏବେ ଏହାକୁ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶୁକ୍ରବାର ମୁମ୍ବାଇ, ପୁଣେ, ନାଗପୁର ସମେତ ୪ ସହରକୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ସମୟରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ବିଭିନ୍ନ ପ୍ରତିଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ଶୁକ୍ରବାର ମହାରାଷ୍ଟ୍ରରେ ୩ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫୨ରେ ପହଞ୍ଚିଛି। ଲକ୍‌ଡାଉନ୍‌ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଔଷଧ, ପନିପରିବା ଓ ଖାଦ୍ୟ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସରକାର କହିଛନ୍ତି। ଏହାକୁ ନେଇ ଭୟଭୀତ ନ ହୋଇ କରୋନା ଭାଇରସର ମୁକାବିଲା କରିବାକୁ ସରକାର ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Share