ମୁମ୍ବାଇର ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାଫ୍‌ କରୋନା ପଜିଟିଭ୍‌

ମୁମ୍ବାଇ,୭।୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣରେ ଅତ୍ୟଧିକ ପ୍ରଭାବିତ ହୋଇଛି ମୁମ୍ବାଇ। କରୋନା କବଳରୁ ଏବେ ମୁମ୍ବାଇର ହସ୍ପିଟାଲ ମଧ୍ୟ ବର୍ତ୍ତି ପାରିନାହିଁ। ମୁମ୍ବାଇର ପ୍ରସିଦ୍ଧ ଓ୍ବୋକାର୍ଡ ହସ୍ପିଟାଲରେ ୩ଡାକ୍ତରଙ୍କ ସମେତ ୫୪ଜଣ ନର୍ସିଂ ଷ୍ଟାପ୍‌ କରୋନା ପଜିଟିଭ୍‌ ହୋଇଥିବା ସୂଚନା ମିଳିଛି। ଏବେ ବି ଆଉ କେତେକଙ୍କ ରିପୋର୍ଟ ଆସିବା ବାକି ଅଛି। ତେବେ ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲକୁ ସମ୍ପୂର୍ଣ୍ଣ ଭାବେ ସିଲ୍‌ କରିଦିଆଯାଇଛି। ଏଥିସହ ହସ୍ପିଟାଲ ଭିତରେ ରହିଥିବା ଷ୍ଟାଫ୍‌ମାନଙ୍କୁ ସେଠାରେ ହିଁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଛି। ହସ୍ପିଟାଲ ଭିତରକୁ ବା ବାହାରକୁ ଯିବା ପାଇଁ କାହାକୁ ଅନୁମତି ଦିଆଯାଇନାହିଁ।

Share