Categories: ଜାତୀୟ

ମୁମ୍ବାଇରେ ସିଏଏ ବିରୋଧରେ ବିଶାଳ ରାଲି

ମୁମ୍ବାଇ,୧୬ା୨: ମୁମ୍ବାଇର ଆଜାଦ ମଇଦାନରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ ବିରୋଧ କରି ଶନିବାର ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହିଳାଙ୍କ ସମେତ ଲକ୍ଷାଧିକ ଲୋକ ସାମିଲ ହୋଇଥିଲେ। ନୂଆ ନାଗରିକତ୍ୱ ଆଇନ ରଦ୍ଦ କରିବା ପାଇଁ ବିକ୍ଷୋଭକାରୀମାନେ ଦାବି କରିଥିଲେ। ସେମାନେ ଉର୍ଦ୍ଦୁ କବି ଫୈଜ୍‌ ଅହମଦ ଫୈଜ୍‌ଙ୍କ ଲୋକପ୍ରିୟ କବିତା ‘ହମ୍‌ ଦେଖେଙ୍ଗେ’ ଆବୃତି କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସିଏଏ, ପ୍ରସ୍ତାବିତ ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ବିରୋଧୀ ଜାତୀୟ ମେଣ୍ଟର ମହାରାଷ୍ଟ୍ର ଚାପ୍ଟର ପକ୍ଷରୁ ଏହି ମହାମୋର୍ଚ୍ଚା ବିକ୍ଷୋଭର ଆୟୋଜନ କରାଯାଇଥିଲା।

Share