ମୁମ୍ବାଇରେ ପୂର୍ବତନ ଜିଲାପରିଷଦ ସଭ୍ୟଙ୍କ ମୃତ୍ୟୁ

ଛତ୍ରପୁର,୯।୫(ଡି.ଏନ୍‌.ଏ.): ଗଞ୍ଜାମ ଜ଼ିଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଜଣେ ଓଡ଼ିଆଙ୍କର ମୁମ୍ବାଇ ମେଡିକାଲରେ ଶନିବାର ଭୋରରେ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲାର ପୂର୍ବତନ ଜିଲା ପରିଷଦ ସଭ୍ୟ ଅଭିମନ୍ୟୁ ସେଠୀ।
ଗତ କିଛି ବର୍ଷ ହେବ ଅଭିମନ୍ୟୁ ମୁମ୍ବାଇରେ ଏକ ଗାର୍ମେଣ୍ଟ କପଡ଼ା କାରଖାନାରେ କାମ କରୁଥିଲେ। କିଛି ଦିନ ହେଲା ତାଙ୍କ ଦେହ ଖରାପ ହେବାରୁ ସେଠାରେ ଏକ ମେଡିକାଲରେ ତାଙ୍କର ଚିକିତ୍ସା କରାଯାଉଥିଲା। ସେ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ୨୧ ନମ୍ବର ଜିଲାପରିଷଦ ସଭ୍ୟ ଥିଲେ।