Categories: ଗଜପତି

ମୁମ୍ବାଇରୁ ଗଜପତିକୁ ୩ ଟ୍ରକ୍‌ରେ ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.)- ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି ା ଏମାନଙ୍କ ମଧ୍ୟରେ ଗଜପତି ଜିଲାର ଗୁମ୍ମା ଓ ରାୟଗଡ଼ା ଜିଲାର ଶ୍ରମିକ ଅଛନ୍ତି। ଗୁମ୍ମା ବ୍ଲକର ବାବୁଲୁ ଲୁଆର, ଜୁରାସ ଗମା, ଲିଭିଙ୍ଗ୍‌ଷ୍ଟନ୍‌ ଭୂୟଁା, ଇସ୍ରାଏଲ ଭୂୟଁା,ମିଶାଇଲ ଭୂୟଁା ପ୍ରମୁଖ କହିଛନ୍ତି ଯେ, ଆମେ ନଭି ମୁମ୍ବାଇରେ କାର୍ଯ୍ୟ କରୁଥିଲା। ପ୍ରତ୍ୟହ ୫ରୁ ୬ଶହ ଟଙ୍କା ରୋଜଗାର କରୁଥିଲୁ ା ତେବେ ଲକ୍‌ଡାଉନ୍‌ ଯୋଗୁ ସବୁ କାମ ବନ୍ଦ ହୋଇଗଲା ା ସଞ୍ଚତ୍ତ ଯାହା ଅର୍ଥ ଥିଲା ସେଥିରେ ପ୍ରାୟ ଦେଢମାସ ଚଳିଲୁ ା ଏବେ ଅର୍ଥାଭାବ ଯୋଗୁ ମୁମ୍ବାଇରେ ଚଳିବା କଷ୍ଟକର ହେଉଛି। କୌଣସି ଉପାୟ ନ ପାଇ ଆମେ ୩ଟି ଟ୍ରକ୍‌ରେ ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ଗଜପତି ଫେରୁଛୁ ା ରାୟଗଡା ଜିଲାର ଅଳ୍ପ କେତେଜଣ ଶ୍ରମିକ ଆମ ସହ ଫେରୁଛନ୍ତି ବୋଲି ସେମାନେ କହିଛନ୍ତି।