ମୁଦ୍ରା ବ୍ୟବହାର କମାଇଲା ଇରାନ

ଦୁବାଇ,୬ା୩: ଇରାନରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସେଠାରେ କାଗଜ ମୁଦ୍ରା ବ୍ୟବହାର ଯଥା ସମ୍ଭବ କମାଇବା ପାଇଁ ସରକାର ଦେଶବାସୀଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଇରାନରେ ବିଭିନ୍ନ ସ୍ଥାନକୁ ଲୋକଙ୍କ ଯାତାୟାତ ହ୍ରାସ ଲାଗି ବିଭିନ୍ନ ଚେକ୍‌ ପଏଣ୍ଟରେ କର୍ମଚାରୀ ମୁତୟନ ହେବେ। ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଇରାନରେ ସ୍କୁଲ ଓ ବିଶ୍ୱବିଦ୍ୟାଳୟକୁ ବନ୍ଦ ରଖାଯାଇଛି। ଇରାନରେ କରୋନା ରୋଗୀସଂଖ୍ୟା ୩୧୫୦ରେ ପହଞ୍ଚତ୍ଥିବାବେଳେ ୧୦୭ ଜଣଙ୍କ ମୃତ୍ୟୁ ହେଲାଣି। ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

Share