Categories: ବାଣିଜ୍ୟ

ମୁଥୁଟ୍‌ ଗ୍ରୁପ୍‌ର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୮।୧୦:ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ମୁଥୁଟ୍‌ ଫାଇନାନ୍ସର ନୂତନ କର୍ପୋରେଟ କାର୍ଯ୍ୟାଳୟ ‘ଏମ୍‌.ଜି.ଜର୍ଜ ମୁଥୁଟ୍‌ ଟାୱାର-୨’ର ଶୁଭାରମ୍ଭ ହୋଇଯାଇଛି। ସେହିଭଳି ସଂସ୍ଥାର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଅଧୀନରେ ଜାରି ରହିଥିବା ପ୍ରୋଜେକ୍ଟ ଆସିଆନା ସମ୍ପର୍କରେ ମଧ୍ୟ ଏକ ବଡ ଘୋଷଣା କରାଯାଇଛି। ଏପରିକି ଏହା ଅଧୀନରେ ୨୦ ଟି ମୁଥୁଟ୍‌ ଆସିଆନା ଘର ହରିୟାଣାର ରଓ୍ବୋରି ଘାଟଲ ମହାନିଓ୍ବାସ ସମାଜର ଅବହେଳିତ ଓ ଅସହାୟ ଲୋକଙ୍କୁ ଯୋଗାଇ ଦିଆଯାଇଛି। ବିଶେଷକରି ପ୍ରୋଜେକ୍ଟ ଆସିଆନା ଅଧୀନରେ ୨୦୦ରୁ ଅଧିକ ଘର ମଧ୍ୟ ନିର୍ମାଣ ହୋଇସାରିଛି।
ଏ ସମ୍ପର୍କରେ ମୁଥୁଟ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଜର୍ଜ ଯାକବ ମୁଥୁଟ୍‌ କହିଛନ୍ତି, ମୁଥୁଟ୍‌ ଆସିଆନା ପ୍ରକଳ୍ପ ହେଉଛି ଏକ ପଦକ୍ଷେପ ଯାହା ଆମ ହୃଦୟର ଅତି ନିକଟତର ପ୍ରକଳ୍ପ ଭାବେ ପରିଗଣିତ ହୋଇଛି। ସେହିଭଳି ଦେଶରେ ଆମ ଗ୍ରୁପ୍‌ର ଉତ୍ତର, ପୂର୍ବ ଏବଂ ପଶ୍ଚିମ ଭାରତ ଦ୍ୱାରା ପ୍ରଦର୍ଶିତ ତ୍ୱରିତ ଅଭିବୃଦ୍ଧି ପାଇଁ ମଧ୍ୟ ଆମେ ବେଶ୍‌ ଗର୍ବିତ । ସେହିପରି ଆମର ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ ସହ ଏହି ବିସ୍ତାରକୁ ପୂର୍ଣ୍ଣ କରିବାକୁ ଆନନ୍ଦିତ ଅଛୁ।

Share