Categories: ଜାତୀୟ

ମୁଜାଫରପୁର ସେଲ୍‌ଟର ହୋମ୍‌ ମାମଲା: ବ୍ରଜେଶ ଠାକୁରଙ୍କୁ ଆଜୀବନ ଜେଲ

ନୂଆଦିଲ୍ଲୀ,୧୧।୨: ବିହାର ମୁଜାଫରପୁରଠାରେ ଥିବା ଏକ ସେଲଟର୍‌ ହୋମ୍‌ରେ ଝିଅମାନଙ୍କୁ ବଳାତ୍କାର ଓ ଯୌନ ଉତ୍ପିଡନ ମାମଲାର ଶୁଣାଣି ମଙ୍ଗଳବାର ଦିଲ୍ଲୀର ସାକେତ କୋର୍ଟରେ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ କୁମାର ଠାକୁରଙ୍କୁ ଆଜୀବନ ଜେଲଦଣ୍ଡ ଘୋଷଣା କରିଛନ୍ତି କୋର୍ଟ। ଏହାସହ ୩୨ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି କି ବ୍ରଜେଶଙ୍କ ବାକି ଜୀବନ ଜେଲର ଚାରିକାନ୍ଥ ଭିତରେ କଟିବ। ବ୍ରଜେଶଙ୍କ ସମେତ ୩ ମହିଳା ଅଭିଯୁକ୍ତଙ୍କୁ ନେଇ ମୋଟ ୧୧ ଜଣଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନାଯୋଗ୍ୟ, ଏହାପୂର୍ବରୁ ଦିଲ୍ଲୀର ସାକେତ କୋର୍ଟ ଏହି ମାମଲାକୁ ନେଇ ଶୁଣାଣି କରିଥିବା ବେଳେ ବ୍ରଜେଶଙ୍କ ସମେତ ଅନ୍ୟ ୧୮ ଜଣଙ୍କ ସଜ୍ଜାକୁ ୧୧ ଫେବୃୟାରୀ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିଲେ। ସିବିଆଇ ବ୍ରଜେଶ ଠାକୁରଙ୍କୁ ଆଜୀବନ ଜେଲଦଣ୍ଡ ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲା। ଏହାସହ ଅନ୍ୟ ଦୋଷୀଙ୍କୁ ମଧ୍ୟ ସେତେ ସମ୍ଭବ ଅଧିକ ଦଣ୍ଡ ଦେବାକୁ ଅନୁରୋଧ କରିଥିଲା ସିବିଆଇ।

Share