ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ଲକ୍ଷ ଦେଲା ଅରୁନ୍ଧତୀ ଗ୍ରୁପ୍‌

ବଲାଙ୍ଗୀର ଅଫିସ, ୨୯ା୩- ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ମହାମାରୀ ମୁକାବିଲା ପାଇଁ ଏବେ ସରକାରୀ ଓ ବେସରକାରୀସ୍ତରରେ ପ୍ରୟାସ ଆରମ୍ଭ ହୋଇଛି । ଏହି ମହତ୍‌ କାର୍ଯ୍ୟରେ ସହଯୋଗ କରିବାକୁ ରାଜ୍ୟର ଅନ୍ୟତମ ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଅରୁନ୍ଧତୀ ଗ୍ରୁପ୍‌ ଆଗେଇ ଆସିଛି । ଅରୁନ୍ଧତୀ ଗ୍ରୁପ୍‌ ସିଏସ୍‌ଆର ପାଣ୍ଠିରୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି । ଅରୁନ୍ଧତୀ ଗ୍ରୁପ୍‌ ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର ଓ ଡାଇରେକ୍ଟର ଅଚ୍ୟୁତାନନ୍ଦ ମେହେର ରବିବାର ବଲାଙ୍ଗୀର ଜିଲାପାଳ ଅରିନ୍ଦମ ଡାକୁଆଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି ଉଦ୍ଦେଶ୍ୟରେ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରଛନ୍ତି।