ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏଲ୍‌ଆଇସି ଫିଲ୍ଡ ୱାର୍କରଙ୍କ ଆର୍ଥତ୍କ ସାହାଯ୍ୟ

ସମ୍ବଲପୁର, ୩୧।୩ (ବ୍ୟୁରୋ)-ନ୍ୟାଶନାଲ ଫେଡେରେସନ ଅଫ୍‌ ଇନସ୍ୟୁରାନ୍ସ ଫିଲ୍ଡ ୱାର୍କର ଅଫ୍‌ ଇଣ୍ଡିଆ (ଏଲଆଇସି )ସମ୍ବଲପୁର ମଣ୍ଡଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ଦେଇଛନ୍ତି । ୧୪ଟି ଶାଖାର ୧୧୭ଜଣ ସଦସ୍ୟ ୧ ହଜାର ଟଙ୍କା ଲେଖାଏଁ ସହଯୋଗ କର ସମ୍ବଲପୁର ଉତ୍ତରାଞ୍ଚଳ ଆରଡିସି ନିରଞ୍ଜନ ସାହୁଙ୍କୁ ୧ଲକ୍ଷ ୫୧ ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ସମ୍ପାଦକ ଡି. ନାଗେଶ୍ୱର ରାଓ, କୋଷାଧ୍ୟକ୍ଷ ରାମେଶ୍ୱର ଓରାମ, ପ୍ରେମାନନ୍ଦ ମହାପାତ୍ର, ବୀରେନ୍ଦ୍ର ଗୁରୁ, ସବ୍ୟସାଚୀ ପ୍ରଧାନ, ଅନୀଲ ତ୍ରିପାଠୀ, ଅଟଳ ଦୋରା, ଅବିନାଶ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।