Categories: ବାଣିଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଓବିର ଦାନ

ଭୁବନେଶ୍ୱର,୩। ୫: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ଓଡ଼ିଶାର ସମସ୍ତ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୮.୦୮ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କୋଭିଡ-୧୯ ମୁକାବିଲା ନିମନ୍ତେ ଏହି ରାଶି ପ୍ରଦାନ କରାଯାଇଛି ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ବ୍ୟାଙ୍କର ଡିଆର୍‌ଏମ୍‌ ଭାରତ ଭୂଷଣ, ଡିଆର୍‌ଏମ୍‌ ହରିଶ ଚନ୍ଦ୍ର ସିହ୍ନା, ଆର୍‌ବିଏମ୍‌ ମାନସ ଜି.ମହାରଣା ପ୍ରମୁଖ ଓଡ଼ିଶା ସରକାରଙ୍କ ଡେଭଲପମେଣ୍ଟ କମିଶନର ସୁରେଶ ମହାପାତ୍ରଙ୍କୁ ଅର୍ଥରାଶିର ଚେକ୍‌ ହସ୍ତାନ୍ତର କରିଛନ୍ତି।

Share