ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୫୦୦୦ ଟଙ୍କା ପ୍ରଦାନ

ଭଣ୍ଡାରିପୋଖରୀ,୨୮।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବିଜୁ ଯୁବ ଜନତା ଦଳ ପକ୍ଷରୁ ମହାମାରୀ କରୋନା ସଂକ୍ରମଣର ଚିକିତ୍ସା ପାଇଁ ସ୍ଥାନୀୟ ବିଡିଓ ଉମେଶ ଚନ୍ଦ୍ର ମଲିକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫୦୦୦ ଟଙ୍କାର ଚେକ୍‌ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଣୀତକାନ୍ତ ସାମଲ, ଲଳିତ ରାଉତ,ହେମନ୍ତ ଜେନା,ଦେବେନ୍ଦ୍ର ଦାସ,ସତ୍ୟାନନ୍ଦ ମହାପାତ୍ର,ଲଷ୍ମୀକାନ୍ତ ସାହୁ, ଅଶୋକ ପାତ୍ର, ରାଜେଶ ବାରିକ,ପ୍ରଭାକର ରାଉତ, ନାଗେଶ୍ୱର ବେହେରା,ପ୍ରକାଶ ମହାପାତ୍ର,ଶରତ ପଲେଇ, ପ୍ରସନ୍ନ ରଥ ପ୍ରମୁଖଙ୍କ ଉପସ୍ଥିତରେ ପ୍ରଦାନ କରାଯାଇଛି। ସ୍ଥାନୀୟ ଜନସାଧାରଣ ମହାମାରୀ କରୋନାର ମୁକାବିଲା ପାଇଁ ସରକାର ଓ ଡାକ୍ତରମାନଙ୍କ ନିର୍ଦ୍ଦେଶକୁ ମାନି ନିଜେ ସୁରକ୍ଷିତ ରହିବା ସହ ସମାଜକୁ ସୁରକ୍ଷିତ ରଖିବାରେ ଦାୟିତ୍ୱ ନିର୍ବାହ କରିବାକୁ ନିବେଦନ କରିଥିଲେ।