ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୧.୭୦ ଲକ୍ଷ ଦାନ

ନୟାଗଡ ଅଫିସ,୯ା୪: କରୋନା ମହାମାରୀର ମୁକାବିଲା ପାଇଁ ନୟାଗଡ ଜିଲା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକ ଓ ସହକାରୀ ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ୧.୭୦ ଲକ୍ଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ଗୁରୁବାର ପ୍ରଦାନ କରାଯାଇଛି। ସହକାରୀ ନିବନ୍ଧକ ଭାସ୍କର ପାଣିଗ୍ରାହୀ, ଉପସହକାରୀ ନିବନ୍ଧକ ସୁଦାମ ଚରଣ ଜେନା, ନୟାଗଡ ଜିଲା ସମ୍ପାଦକ ସଂଘ ସଭାପତି ପୁରେନ୍ଦ୍ର ବେହେରା ଓ ଜଗମୋହନ ରଣସିଂଙ୍କ ଉପସ୍ଥିତିରେ ଏହି ଟଙ୍କାର ଚେକ୍‌ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।