ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ସହାୟତା

ବଇଣ୍ଡା, ୨୯ା୩(ଡି.ଏନ.ଏ.)- କରୋନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ଜନତା ମହାବିଦ୍ୟାଳୟ ଓ କିଶୋରନଗର ଡିଗ୍ରୀ କଲେଜ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । କଲେଜ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନେ ସେମାନଙ୍କ ଗୋଟିଏ ଦିନର ଦରମା ପାଣ୍ଠିକୁ ପ୍ରଦାନ କରିଛନ୍ତି । କିଶୋରନଗର କଲେଜ ଅଧ୍ୟକ୍ଷ ଅକ୍ଷୟ କୁମାର ଦାସ ୧୩ ଶହ ଦେଇଥିବାବେଳେ ବଇଣ୍ଡା କଲେଜ ଅଧ୍ୟକ୍ଷ ସିଦ୍ଧାର୍ଥ ପଣ୍ଡା, ଅଧ୍ୟାପକ କାଳନ୍ଦୀ ଚରଣ ପ୍ରଧାନ, ଅସିତ ଜେନା, ଶୁଭ୍ରଶଶି ପ୍ରଧାନ, ସବିତା ପଟ୍ଟନାୟକ, ରବି ନାରାୟଣ ବେହେରାଙ୍କ ସମେତ ସମସ୍ତ ଅଧ୍ୟାପିକା ଅଧ୍ୟାପକ ସେମାନଙ୍କ ଗୋଟିଏ ଦିନର ଦରମା ମିଶାଇ ମୋଟ ୪୦,୪୫୦ ଟଙ୍କା ଶନିବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏଥିସହିତ ବିଭିନ୍ନ ସଙ୍ଗଠନ, ପୁରାତନ ଛାତ୍ରୀଛାତ୍ର ଓ ସ୍ବେଚ୍ଛାସେବୀମାନେ ଅସହାୟ ଲୋକଙ୍କ ପାଇଁ କିଛି ଅର୍ଥ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ଅଧ୍ୟକ୍ଷ ପଣ୍ଡା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri