Categories: ଜାତୀୟ

ମୁଁ ସର୍ବପ୍ରଥମେ ଜଣେ ଭାରତୀୟ,କେ.ଶିବନ୍‌ଙ୍କ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ୍‌

ଚେନ୍ନାଇ,୧୧।୯:ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅଧ୍ୟକ୍ଷ କେ.ଶିବନ୍‌ଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଚନ୍ଦ୍ରଯାନ-୨କୁ ନେଇ  ଅଧିକ ଲୋକପ୍ରିୟ ହୋଇଥିବା ଶିବନ୍‌ଙ୍କ ଏକ ପୁରୁଣା ଭିଡିଓ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏକ ଆଞ୍ଚଳିକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଥିବା କିଛି ହୃଦୟସ୍ପର୍ଶୀ କଥା ସମସ୍ତଙ୍କ ମନକୁ ଛୁଇଁଛି। ନିଜ ରାଜ୍ୟ ତାମିଲନାଡୁର ଏକ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ, ଆପଣ ଜଣେ ତାମିଲ ବ୍ୟକ୍ତି ଭାବେ ଏତେ ବଡ ପଦରେ ରହିଛନ୍ତି, ତାମିଲନାଡୁବାସୀଙ୍କୁ କ’ଣ କହିବାକୁ ଚାହିଁବେ। ଏହାର ଉତ୍ତରରେ ସେ କହିଥିଲେ, ମୁଁ ପ୍ରଥମେ ଜଣେ ଭାରତୀୟ ଭାବେ ଇସ୍ରୋରେ ଯୋଗ ଦେଇଥିଲି। ଇସ୍ରୋ ଏକ ଏଭଳି ସ୍ଥାନ, ଯେଉଁଠି ସବୁ ଭାଷାର ଲୋକ କାମ କରୁଛନ୍ତି। ସେଠାରେ କାମ କରି ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ଶିବନ୍‌ କହିଥିଲେ।

Share