ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯କୁ ନେଇ ବିବାଦ : ପ୍ରତିଯୋଗୀଙ୍କୁ କହିଲେ ‘ପେ ଅର୍‌ ସ୍ଲିପ୍‌’

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ବ୍ୟୁଟି ପାଜେଣ୍ଟ୍‌, ମଡେଲିଂ, ଆକ୍ଟିଂ, ରିୟାଲିଟି ଶୋ। ଶୁଣିବାକୁ ଓ ବାହାରୁ ଦେଖିବାକୁ ଏସବୁ ଗ୍ଲାମର ଲାଗେ। ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ, ମିସ୍‌ ୟୁନିଭର୍ସ, ମିସ୍‌ ଡିଭା ଭଳି ବ୍ୟୁଟି ପାଜେଣ୍ଟ ମଞ୍ଚରେ ପହଞ୍ଚତ୍ବା ମଡେଲିଂରେ କ୍ୟାରିୟର କରିବାକୁ ଚାହୁଁଥିବା ପ୍ରତ୍ୟେକ ଯୁବପିଢିଙ୍କ ସ୍ବପ୍ନ ଥାଏ। ହେଲେ ବାସ୍ତବରେ କେତେ ସୁରକ୍ଷିତ ଏହି ପ୍ଲାଟ୍‌ଫର୍ମ। ଚକାଚକ୍‌ ର଼୍ୟାମ୍ପ୍‌, ଝଲ୍‌ମଲ୍‌ କରୁଥିବା ମଞ୍ଚ ପଛରେ ସବୁକିଛି ଠିକ୍‌ଠାକ୍‌ ଚାଲେ ତ? ଅନେକ ସମୟରେ ଏ ପ୍ରଶ୍ନ ମନକୁ ଆସେ। ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ଏକାଧିକ ସଂସ୍ଥା ବ୍ୟୁଟି ପାଜେଣ୍ଟ୍‌ ନାମରେ ଲୋକଙ୍କୁ ଠକୁଥିବା ନଜରକୁ ଆସୁଛି। କେବଳ ଏତିକି ନୁହେଁ, ରଙ୍ଗିନ ଦୁନିଆ ଓ ଉଜ୍ଜ୍ୱଳ ଭବିଷ୍ୟତର ସ୍ବପ୍ନ ଦେଖାଇ ନିରୀହ ଯୁବତୀ ଯୁବକଙ୍କୁ ପ୍ରତରାଣା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଛି। ମରିସସ୍‌ରେ ଚାଲିଥିବା ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯ରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଛି। ବ୍ୟୁଟି ପାଜେଣ୍ଟ୍‌ ନଁାରେ ଆୟୋଜକ ପ୍ରତିଯୋଗୀଙ୍କୁ ଠକିବା ସହ ‘ପେ ଅର୍‌ ସ୍ଲିପ୍‌’ ବା ‘ଟଙ୍କା ଦିଅ ନହେଲେ ଶୁଅ କହି’ ଶାରୀରିକ ଓ ମାନସିକଭାବେ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏପରିକି କ୍ରାଉନ୍‌ ପୂର୍ବରୁ ଫିକ୍ସିଂ ହୋଇସାରିଥିବା ମଧ୍ୟ ଅଭିଯୋଗ ଉଠିଛି। ଓଡ଼ିଶାରୁ ଯାଇଥିବା ଜଣେ ପ୍ରତିଯୋଗୀ ବିଦେଶ ମାଟିରେ କିଭଳି ତାଙ୍କୁ ମାନସିକ ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା ତାହା ସେ କହିଛନ୍ତି।
ତୁଷାର ଧଲିଓ୍ବାଲ୍‌ଙ୍କ ଦ୍ୱାରା ପ୍ରତିଷ୍ଠିତ ମିସେସ୍‌ ଇଣ୍ଡିଆ ୟୁନିଭର୍ସ ଏକ ଜଣାଶୁଣା ବ୍ୟୁଟି ପାଜେଣ୍ଟ୍‌ ହୋଇଥିବା ବେଳେ କିଛିଦିନ ପୂର୍ବରୁ ଏହି କ୍ରାଉନ୍‌ ପାଇଁ ସର୍ବଭାରତୀୟସ୍ତରରେ ପ୍ରତିଯୋଗିତା ହୋଇଥିଲା। ପ୍ରତ୍ୟେକ ରାଜ୍ୟରୁ ଜଣେ ଜଣେ ମହିଳା ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟ ବିଜେତା ଭାବେ ଟାଇଟଲ୍‌ ଓ ଫିନାଲେ ଟିକେଟ୍‌ ଜିତିଥିଲେ। ଗତ ୧୨ ତାରିଖରୁ ଗ୍ରାଣ୍ଡ୍‌ଫିନାଲେ ପାଇଁ ସମସ୍ତ ପ୍ରତିଯୋଗୀଙ୍କୁ ମରିସସ୍‌ ନିଆଯାଇଥିଲା। ତେବେ ସେଠାରେ ଶାରୀରିକ ଓ ମାନସିକଭାବେ ନିର୍ଯାତନା ଦିଆଯାଉଥିବା ନେଇ ପ୍ରତିଯୋଗୀମାନେ ମରିସସ୍‌ ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି। ମରିସସ୍‌ସ୍ଥିତ ଭାରତୀୟ ଦୂତାବାସ ଘଟଣାରେ ହସ୍ତକ୍ଷେପ କରିବା ପରେ ପ୍ରତିଯୋଗିତାକୁ ବନ୍ଦ କରାଯାଇଛି। ଅନ୍ୟପକ୍ଷରେ ସୁରକ୍ଷିତଭାବେ ସମସ୍ତ ପ୍ରତିଯୋଗୀଙ୍କୁ ଭାରତ ପଠାଯାଇଥିବା ସୂଚନା ମିଳିଛି। ଘଟଣା ସମ୍ପର୍କରେ ‘ଧରିତ୍ରୀ’କୁ ସୂଚନା ଦେଇ ଓଡ଼ିଶାର ପ୍ରତିଯୋଗୀ ଜଣକ କହିଛନ୍ତି, ମିସେସ୍‌ ଇଣ୍ଡିଆ ୟୁନିଭର୍ସର ସମସ୍ତ ୧୦ଟି କ୍ରାଉନ୍‌ ୭ରୁ ୮ଲକ୍ଷ ଟଙ୍କାରେ ଫିକ୍ସ ହୋଇଥିଲା। ଏନେଇ ଆମେ ଅଭିଯୋଗ କରିବାପରେ ଆମକୁ ‘ଆଇଦର୍‌ ୟୁ ପେ ଅର୍‌ ସ୍ଲିପ୍‌ ଫର୍‌ ଦି କ୍ରାଉନ୍‌’ ବୋଲି କହିଥିଲେ। ଆମେ ଚାହିଁଥିଲେ ଅନ୍ୟମାନଙ୍କ ଭଳି ଚୁପ୍‌ ରହିପାରିଥାନ୍ତୁ। ହେଲେ ବ୍ୟୁଟି ପାଜେଣ୍ଟ୍‌ ନାଁରେ ମହିଳା ଓ ଯୁବତୀମାନଙ୍କୁ କିଭଳି ପ୍ରତାରିତ କରାଯାଉଛି ସେନେଇ ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ। ଆଗକୁ ଯେପରି ଏଭଳି ଘଟଣାକୁ କେହି ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଆମେ ଭାରତ ଫେରିବା ପରେ ଏହାର କଡ଼ା ପ୍ରତିବାଦ କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri