Categories: ଭଦ୍ରକ

ମିଶନ ଶକ୍ତି ଗୃହରେ ତାଲା ପକାଇଲେ ଶତାଧିକ ମହିଳା

ପଦ୍ମପୁର,୨୫।୫(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବିରସ ପଞ୍ଚାୟତର ୭୬ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ସୋମବାର ଆର୍ଥିକ ଅନିୟମିତତା ଅଭିଯୋଗ କରି
ବିରସ ମହିଳା ମିଶନଶକ୍ତି ଗୃହରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ନାୟକାନିଦିହି ଥାନା ଏଏସଆଇ ଦିଲୀପ କୁମାର ଦେହୁରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ। ଖୁବଶିଘ୍ର ଆର୍ଥିକ ଅନିୟମିତତାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ମହିଳାମାନେ ବିକ୍ଷୋଭରୁ ଓହରିଥିଲେ।