Posted inଜାତୀୟ

ମିଶନ କଶ୍ମୀରକୁ ମଞ୍ଜୁରୀ

ନୂଆଦିଲ୍ଲୀ, ୭ା୮ (ପି.ଟି./ ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ସଂକଳ୍ପନାମା ଏବଂ ଜମ୍ମୁ-କଶ୍ମୀରରୁ ଲଦାଖକୁ ଅଲଗା କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ବିଲ୍‌କୁ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ଏ ସଂକ୍ରାନ୍ତ ବିଲ୍‌ ସୋମବାର ରାଜ୍ୟ ସଭାରେ ଗୃହୀତ ହୋଇଥିବାବେଳେ ମଙ୍ଗଳବାର ଲୋକ ସଭାରେ ମଧ୍ୟ ପାରିତ ହୋଇଛି। ନିମ୍ନ ସଦନରେ ୩୭୦ ଉଚ୍ଛେଦ ସଂକଳ୍ପନାମା ବିପକ୍ଷରେ ମାତ୍ର ୭୨ ଭୋଟ ପଡ଼ିଥିବାବେଳେ ଜଣେ ସଦସ୍ୟ ମତଦାନରୁ ବିରତ ରହିଥିଲେ। ବିଧେୟକ ସପକ୍ଷରେ ୩୫୧ ସଦସ୍ୟ ଭୋଟ ଦେଇଛନ୍ତି। ସେହିପରି ଜମ୍ମୁ-କଶ୍ମୀରକୁ ଦୁଇଭାଗରେ ବିଭକ୍ତ କରିବା ନେଇ ଆଗତ ବିଧେୟକ ସପକ୍ଷରେ ୩୭୦ ଓ ବିପକ୍ଷରେ ୭୦ ଭୋଟ ପଡ଼ିଛି। ଫଳରେ ଏହା ଆଇନରେ ପରିଣତ ହେବା ପାଇଁ ପଥ ପରିଷ୍କାର ହୋଇଛି। ଏବେ ଅପେକ୍ଷା କେବଳ ରାଷ୍ଟ୍ରପତିଙ୍କ ମୋହରକୁ।
ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ସୋମବାର କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ। ଏନେଇ ରାଷ୍ଟ୍ରପତିଙ୍କ ଅଧିସୂଚନା ଜାରି ହୋଇଥିବା ରାଜ୍ୟ ସଭାରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସୂଚନା ଦେଇ ସଂକଳ୍ପନାମାକୁ ଆଗତ କରିଥିଲେ। ଉଚ୍ଚସଦନରେ ଏହା ବହୁମତରେ ପାସ୍‌ ହୋଇଥିଲା। ସେହିପରି ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌, ୨୦୧୯ ମଧ୍ୟ ରାଜ୍ୟ ସଭାର ଅନୁମୋଦନ ପାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଶାହ ମଙ୍ଗଳବାର ଏହି ସଂକଳ୍ପନାମା ଓ ବିଲ୍‌କୁ ମଙ୍ଗଳବାର ଲୋକ ସଭାରେ ଆଗତ କରିଥିଲେ। ବିତର୍କ ଉପରେ ବିବୃତି ରଖି ଶାହ କହିଥିଲେ, ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଭାରତ ଦଖଲ କରିବା ପାଇଁ ଉଦ୍ୟମ ଜାରି ରଖିବ। ବିଚ୍ଛିନ୍ନତାବାଦୀ ସଙ୍ଗଠନ ହୁରିୟାତ୍‌ କନ୍‌ଫରେନ୍ସ ସହିତ ଆଲୋଚନା କରିବାର ପ୍ରଶ୍ନ ଉଠୁନାହିଁ। କିନ୍ତୁ କଶ୍ମୀରବାସୀଙ୍କ ସହ କଥାବାର୍ତ୍ତା କରିବା ଲାଗି ଆମେ ପ୍ରସ୍ତୁତ। ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ଫେରିଆସିଲେ ଏହାକୁ ରାଜ୍ୟ ମାନ୍ୟତା ଫେରାଇବାରେ ମୋଦି ସରକାର କୁଣ୍ଠାବୋଧ କରିବେ ନାହିଁ। ପିଓକେ ଉପରେ ନିଜର ଅଧିକାର ଦାବିକୁ ଭାରତ ଜାରି ରଖିବ। ଅନୁଚ୍ଛେଦ ୩୭୦ ଜମ୍ମୁ-କଶ୍ମୀର ସହ ଭାରତର ସମ୍ପର୍କକୁ ନେଇ ସନ୍ଦେହ ଓ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା। ଏହା ଏକ ଐତିହାସିକ ଭୁଲ୍‌ ନୁହେଁ, ବରଂ ଆମେ ଏକ ଐତିହାସିକ ଭୁଲ୍‌କୁ ସୁଧାରୁଛୁ କହି ଶାହ ବିରୋଧୀଙ୍କ ଅଭିଯୋଗକୁ ଦୃଢ଼ଭାବେ ଖଣ୍ଡନ କରିଥିଲେ। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ଏକ ସାମ୍ପ୍ରଦାୟିକ ଏଜେଣ୍ଡା ନୁହେଁ। ଏଥିରେ ରହିଥିବା ନିୟମ ସଂଖ୍ୟାଲଘୁ, ମହିଳା ଓ ଜନକଲ୍ୟାଣ ବିରୋଧୀ ବୋଲି ସେ ଦର୍ଶାଇଥିଲେ। ଶାହ ଆହୁରି କହିଥିଲେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଯୋଗୁ ୧୯୮୯ରୁ ଅଦ୍ୟାବଧି ୪୧,୫୦୦ ଲୋକଙ୍କ ଜୀବନ ଗଲାଣି। ଏଥିପାଇଁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଦାୟୀ। ସେହିପରି ଗତ ୨ ଦିନ ଧରି ଉପତ୍ୟକାରେ ବିଭିନ୍ନ କଟକଣା ଜାରି ସମ୍ପର୍କରେ ସ୍ବରାଷ୍ଟ୍ରମନ୍ତ୍ରୀ କହିଥିଲେ, ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଖରାପ ହୋଇନାହିଁ। ଯାହାକିଛି ପଦକ୍ଷେପ ନିଆଯାଇଛି ତାହା କେବଳ ଅସ୍ବାଭାବିକ ସ୍ଥିତି ଏଡ଼ାଇବା ପାଇଁ ଉଦ୍ଦିଷ୍ଟ। ଶେଷରେ ଏହି ସଂକଳ୍ପନାମା ଓ ବିଧେୟକ ପାସ୍‌ ହେବା ପରେ ବାଚସ୍ପତି ଓମ୍‌ ବିର୍ଲା ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ବିମାନ ଉଡ଼ାଇବା ପୂର୍ବରୁ ମଦ ପିଇଦେଇଥିଲେ ଏୟାରଇଣ୍ଡିଆ ପାଇଲଟ: ଆଉ ତା’ପରେ…

ଓଟାଓ୍ବା,୧।୧: କାନାଡାର ଭାନକୁଭର ବିମାନବନ୍ଦରରେ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କୁ ନିଶାସକ୍ତ ଅବସ୍ଥାରେ ଅଟକ ରଖାଯାଇଛି। ଡିସେମ୍ବର ୨୩, ୨୦୨୫ରେ ଭାନକୁଭର-ଦିଲ୍ଲୀ (ଭିଏନା ଦେଇ) ଉଡ଼ାଣ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା: ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ଧାନକିଣା, ସବୁ ଚାଷୀଙ୍କ ଆକାଉଣ୍ଟକୁ…

ଭୁବନେଶ୍ୱର,୧ା୧: ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ମଣ୍ଡିରେ ଧାନକିଣା ଚାଲିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି। ସେ ପ୍ରତିକ୍ରିୟା ଦେଇ କହିଛନ୍ତି,...

ନୂଆବର୍ଷ ପାଳନବେଳେ ବଡ଼ଧରଣର ବିସ୍ଫୋରଣ: ଅନେକ ମୃତ

ବର୍ନ,୧।୧: ସ୍ବିଜରଲାଣ୍ଡ ପ୍ରସିଦ୍ଧ ସହର କ୍ରାନ୍ସ-ମୋଣ୍ଟାନାରେ ନୂତନ ବର୍ଷ ପାଳନ ସମୟରେ ଏକ ବାରରେ ବିସ୍ଫୋରଣ  ଘଟିଛି। ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ...

ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri