ବଇଣ୍ଡା,୨୦।୯(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ଏବେ ୟୁରିଆ ସାର ଅଭାବ ଦେଖାଦେଇଛି। ଆବଶ୍ୟକ ପରିମାଣର ସାର ମିଳୁ ନ ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଏହାର ଫାଇଦା ଉଠାଇ କେତେକ ଅସାଧୁ ବ୍ୟବାସୀୟ ଚଢ଼ା ଦରରେ ସାର ବିକ୍ରି କରୁଥିବାବେଳେ ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟ ଦିଆଯାଉ ନ ଥିବାରୁ ଅସନ୍ତୋଷ ଦେଖାଦେଇଛି।
କିଶୋରନଗର ବ୍ଲକର ୨୩ଟି ପଞ୍ଚାୟତର ୮ ହଜାର ୭୫୬ ଏକର ଧାନ ଚାଷ ଜମି ରହିଛି। ୬୦ ପ୍ରତିଶତ ଲୋକ ଚାଷକୁ ଜୀବିକା କରିଥିବା ବେଳେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ଏବଂ ସବ୍ସିଡି ମାଧ୍ୟମରେ ଉପକରଣ ଯୋଗାଇ ଦିଆଯାଉ ନାହିଁ। ଚଳିତ ବର୍ଷ ଯେତିକି ବର୍ଷା ହୋଇଛି ସେଥିରେ ଚାଷୀମାନେ ଧାନ ଚାଷ କରିଛନ୍ତି। ହେଲେ ଏବେ ସାର ମିଳୁ ନ ଥିବା ଯୋଗୁ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବ୍ଲକ ପାଇଁ ୩ ହଜାର କୁଇଣ୍ଟାଲ ସାର ଆବଶ୍ୟକ ଥିବାବେଳେ ମାତ୍ର ୧୬୬୩ କୁଇଣ୍ଟାଲ ୟୁରିଆ ଆସିଛି। ଏଥିସହ ଡିଏପି ୫୦ କୁଇଣ୍ଟାଲ ଆସିଛି। ୮ଟି ସୋସାଇଟି ଓ ନକଟିନାଳୀ, ଘୋଷର, ରାଇବାହାଳ, କରମଳକଟା, ତାଳପଦର, ନାକିଚି ଆଦି ୬ଟି ଗ୍ରାମ(ଦୋକାନ ଗୁଡ଼ିକ)ରେ ସାର ବିକ୍ରି କରିବା ପାଇଁ ସରକାରଙ୍କ ପକ୍ଷରୁ ଲାଇସେନ୍ସ ବଣ୍ଟନ କରାଯାଇଛି। ହେଲେ ଲୁହାମୁଣ୍ଡା ସୋସାଇଟିରେ ଚଳିତ ବର୍ଷ ସାର ବିକ୍ରି କରାଯାଉ ନାହିଁ। ସୋସାଇଟିର ସମସ୍ତ ଗୃହ ରାଜପଥ ସମ୍ପ୍ରସାରଣ ପାଇଁ ଭଙ୍ଗା ଯାଇଥିବାରୁୁ ସାର ଅଣାଯାଇ ନାହିଁ। ଫଳରେ ଅସାଧୁ ବ୍ୟବସାୟୀମାନେ ଏହାର ଫାଇଦା ନେଇ ବଇଣ୍ଡା ଅଞ୍ଚଳରେ ସାର ୨ଗୁଣା ଦରରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ୟୁରିଆ ୫୦ କେଜି ବସ୍ତା ୫୦୦ ଟଙ୍କା ଲେଖାଏଁ ବିକ୍ରି କରାଯାଉଛି। ଲୁହାମୁଣ୍ଡା ସୋସାଇଟିରେ ନୁନୁକାପଶି, ଲୁହାମୁଣ୍ଡା, ଜାମ୍ବୁନାଳୀ, ଗାଁ ବଇଣ୍ଡା ଆଦି ୫ ପଞ୍ଚାୟତର ଚାଷୀ ନିର୍ଭର କରୁଛନ୍ତି। ହେଲେ ସାର ମିଳି ନ ଥିବାରୁ ବଇଣ୍ଡା ଅଞ୍ଚଳର ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ସାରକୁ ନେଇ ବ୍ୟବହାର କରୁଛନ୍ତି। କୃଷି ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ କଳା ବ୍ୟବସାୟୀମାନେ ଏହାର ଫାଇଦା ଉଠାଉଥିବା ସାଧାରଣରେ ଅଭିଯୋଗ ହେଉଛି। ଏ ନେଇ ଚାଷୀ ସନାତନ ବେହେରା, ନବୀନ ନାୟକ, କନ୍ଦର୍ପ ମୁଖୀ ପ୍ରମୁଖ କହିଛନ୍ତି, ଆବଶ୍ୟକ ପରିମାଣର ୟୁରିଆ ମିଳୁନାହିଁ। ସୋସାଇଟିରେ ସାର ନ ଥିବାବେଳେ ବାହାର ଦୋକାନ ଗୁଡ଼ିକରୁ ୨ ଗୁଣ ଦରରେ କିଣି ବ୍ୟବହାର କରାଯାଉଛି। ସରକାର ଓ କୃଷି ବିଭାଗ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ବଇଣ୍ଡା କୃଷି ଅଧିକାରୀ ଚଣ୍ଡି ପ୍ରସାଦ ମହାଳିକ କହିଛନ୍ତି, ସାରର କଳାବଜାରକୁ ନେଇ ବିଭାଗ ପକ୍ଷରୁ ଚଢାଉ କରାଯାଉଛି।
Posted inHome, ଅନୁଗୋଳ, ଆମ ଜିଲା ଖବର View All
IPL 2026: ଚେପକ୍ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ
ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…
କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ
ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…
ଭୂକମ୍ପ ଝଟ୍କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…
ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…
୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…
ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…
ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…
ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…
କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର
ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…
ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍ପି କହିଲେ ତଦନ୍ତ ଚାଲିଛି
ପୁରୀ,୩ା୪(ଅଜିତ୍ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…
ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …
ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…
Archives

