ମିଳିଲା ଭୁଷଣ୍ଡେଶ୍ୱରଙ୍କ ମନ୍ଦିର ଭଗ୍ନାବଶେଷର ସନ୍ଧାନ

ବାଲେଶ୍ୱର ଅଫିସ, ୧।୫-ଏସିଆ ମହାଦେଶର ସର୍ବବୃହତ ଶିବଲିଙ୍ଗ ଭାବେ  ବାବା ଭୁଷଣ୍ଡେଶ୍ୱର ପରିଚିତ। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କୁମ୍ଭୀରଗଡ଼ି ପଞ୍ଚାୟତରେ ଅବସ୍ଥିତ ଭୁଷଣ୍ଡେଶ୍ୱରଙ୍କ ମନ୍ଦିରର ପ୍ରାଚୀନତା ସମ୍ପର୍କରେ ସମ୍ପ୍ରତି ଆଉ କେତେକ ତଥ୍ୟ ପଦାକୁ ଆସିଛି। ସେଠାରେ ମନ୍ଦିର ପୁନଃ ନିର୍ମାଣ ଲାଗି ଖନନ କରାଯିବା ସମୟରେ ମାଟିତଳୁ କଳା ମୁଗୁନି ପଥରର ଅନେକ ଭଗ୍ନାଂଶ ଉଦ୍ଧାର ହୋଇଛି। ଏସବୁ ଭଗ୍ନାଂଶ ପ୍ରାଚୀନ ମନ୍ଦିରର ଅବସ୍ଥିତି ସୂଚାଉଛି ବୋଲି ‘ମନ୍ଦିର ନିର୍ମାଣ କମିଟି’ ପକ୍ଷରୁ କୁହାଯାଇଛି।

କେତେକ ଐତିହାସିକ କହନ୍ତି, ପ୍ରାୟ ଷୋଡ଼ଶ ଶତାବ୍ଦୀ ବେଳକୁ ସେଠାରେ ଯେଉଁ ପ୍ରାଚୀନ ମନ୍ଦିର ଥିଲା ତାହା ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଯାଇଥିଲା ା ୧୯୮୩ରୁ ୧୯୮୬ ମଧ୍ୟରେ ଭୁଷଣ୍ଡେଶ୍ୱର ଶିବଲିଙ୍ଗକୁ ଘେରି ଏକ ମନ୍ଦିର ନିର୍ମାଣ ହୋଇଥିଲା। ୧୯୮୦ରୁ ୧୯୮୫ରେ ଭୋଗରାଇର ତତ୍କାଳୀନ ବିଧାୟକ ଡ. କାର୍ତ୍ତିକେଶ୍ୱର ପାତ୍ର ଓ ଅନ୍ୟ ସ୍ଥାନୀୟ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଥିଲା। ୧୯୮୭ ମସିହାରେ ମନ୍ଦିରର ଶୁଭ ଉଦ୍‌ଘାଟନ ହୋଇଥିଲେ ମଧ୍ୟ କାମ ଶେଷ  ହୋଇପାରି ନ ଥିଲା। ଏଥିଲାଗି ମନ୍ଦିର ପୁନରୁଦ୍ଧାର ସକାଶେ ‘ମନ୍ଦିର ନିର୍ମାଣ କମିଟି’ ଗଠନ କରାଯାଇଥିଲା। ୧୫କୋଟି ଟଙ୍କା ବ୍ୟୟରେ ଏବେ କିଛିଦିନ ଆଗରୁ ମନ୍ଦିର ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଠାରେ ଖନନ କରାଯିବା ବେଳେ ୧୦ ଫୁଟ ମାଟି ତଳେ ରହିଥିବା ଏକ ମାଙ୍କଡ଼ା ପଥରର ଆସ୍ତରଣ ଭିତରେ କେତୋଟି କଳା ମୁଗୁନି ପଥରର ସ୍ତମ୍ଭ, ପାହାଚ ଓ ବେଦିକା ଆଦି ଠାବ କରାଯାଇଛି ା ଜେସିବି ଦ୍ୱାରା ଯେଉଁ କଳାମୁଗୁନି ପଥର ଉପରକୁ ଉଠାଇ ଅଣାଯାଇଛି ସେଥିରେ ଗୋଟିଏ ଛିଦ୍ର ରହିଛି। ପିଲାର ସଦୃଶ ଏହି ପଥରର ଲମ୍ବ ୮୭ ଇଞ୍ଚ, ଚଉଡା ୨୨ଇଞ୍ଚ ଓ ଉଚ୍ଚତା ୧୬ ଇଞ୍ଚ ା ସେଥିରେ ପାହାଚ ଭଳି କଟାକଟା ଦାଢ଼ ରହିଛି। ମାଟିତଳୁ ମିଳିଥିବା ଅନ୍ୟ ଏକ ପଥର ଲମ୍ବ ୯୧ ଇଞ୍ଚ, ଚଉଡ଼ା ୪୪ ଇଞ୍ଚ, ଉଚ୍ଚତା ୧୪ ଇଞ୍ଚ ରହିଛି। ଜେସିବି ମାଟି ଉପରକୁ ଉଠାଇ ପାରି ନ ଥିବା ଅନ୍ୟ ଏକ ପଥରର  ଲମ୍ବ ୧୦୬ ଇଞ୍ଚ, ଚଉଡ଼ା ୭୪ ଇଞ୍ଚ। ମାଟି ତଳକୁ ତାହା କେତେ ପୋତି ହୋଇରହିଛି ଜଣାପଡି଼ ନାହିଁ। ସେହିଭଳି ମାଟିତଳୁ ଉଦ୍ଧାର ହୋଇଥିବା ବେଦିକା ସମ୍ପୂର୍ଣ୍ଣ କଳା ମୁଗୁନି ପଥରରେ ତିଆରି। ଏହା ଚତୁଃଷ୍କୋଣାକାର। ଦୈର୍ଘ୍ୟ, ପ୍ରସ୍ଥ ୫ଫୁଟ ଲେଖାଏ। ମନ୍ଦିର ପୁନରୁଦ୍ଧାର ପାଇଁ ଚାଲିଥିବା ଖନନ କାର୍ଯ୍ୟର ଆହୁରି ଦୁଇ ତୃତୀୟାଂଶ ବାକି ରହିଛି। ଖନନ କାର୍ଯ୍ୟ ଜାରି ରହିଲେ, ଅନ୍ୟ କିଛି ପ୍ରାଚୀନ କଳାକୃତି ମିଳିପାରେ ବୋଲି ଅନୁମାନ କରାଯାଉଛି। ଏସବୁ ଭଗ୍ନାଂଶ ଷୋଡ଼ଶ ଶତାବ୍ଦୀର କଳା ମୁଗୁନି ପଥରରେ ତିଆରି କଳାକୃତିର ଅବଶେଷ ବୋଲି କୁହାଯାଉଛି। ଭୁଷଣ୍ଡେଶ୍ୱର ମନ୍ଦିର ନିକଟରେ କୌଣସି ପାହାଡ଼ ବା ପଥର ଖାଦାନ ନ ଥିବା ବେଳେ  ମିଳିଥିବା ସମସ୍ତ ପଥର ଏଠାକୁ କିପରି ଅଣାଯାଇଥିଲା ତାହା ଗବେଷଣା ସାପେକ୍ଷ ବୋଲି ମନ୍ଦିର କମିଟି କର୍ମକର୍ତ୍ତା କହିଛନ୍ତି। ଭୁଷଣ୍ଡେଶ୍ୱର ମନ୍ଦିର ପୁନାରୁଦ୍ଧାର ଲାଗି ଚାଲିଥିବା ଖନନ କାର୍ଯ୍ୟ ତ୍ୱରାନ୍ବିତ କରି ପୁରାତନ ମନ୍ଦିର ସମ୍ପର୍କରେ ତଥ୍ୟ ଲୋକଲୋଚନକୁ ଆଣିବା ଲାଗି ପୁନରୁଦ୍ଧାର କମିଟି ସଭାପତି ତଥା ପୂର୍ବତନ ଏମ୍‌ପି ଡ. କାର୍ତ୍ତିକେଶ୍ୱର ପାତ୍ର  ରାଜ୍ୟ ଓ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟମାନଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି। ଏଥିସହ ଉଦ୍ଧାର ହୋଇଥିବା ପଥରଗୁଡ଼ିକୁ ବିଶେଷଜ୍ଞମାନଙ୍କ ଦ୍ୱାରା ଅନୁଧ୍ୟାନ କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ

ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri