Categories: ଫୁରସତ

ମିଳିବ ପ୍ରାଣୀ-ପାଳନ ଛୁଟି

ଘରେ ଯଦି କେହି ପ୍ରାଣୀ ଅର୍ଥାତ ଗୃହପାଳିତ ପଶୁ ପାଳନ କରୁଛନ୍ତି ତା’ହେଲେ ସେମାନଙ୍କୁ ପ୍ରାଣୀ-ପାଳନ ଛୁଟି ମିଳିବ। ଅବଶ୍ୟ ଏଭଳି ଏକ ଛୁଟି ବିଷୟ ଆମ ଦେଶରେ ନୁହେଁ; ନରଓ୍ବେ, ସ୍ବିଡେନ୍‌, ଫିନ୍‌ଲାଣ୍ଡ ଭଳି ସ୍ଥାନରେ ଏଭଳି କଥା ଶୁଣିବାକୁ ମିଳିଛି। ବାସ୍ତବରେ ନରଓ୍ବେ, ସ୍ବିଡେନ୍‌ ତଥା ଫିନ୍‌ଲାଣ୍ଡରେ ନିଜର ଶାଖା ବିସ୍ତାର କରିଥିବା ପେଟ୍‌ ଫୁଡ୍‌ କମ୍ପାନୀ (ଗୃହପାଳିତ ପ୍ରାଣୀଙ୍କ ଲାଗି ଖାଦ୍ୟ ଉତ୍ପାଦନ କରୁଥିବା କମ୍ପାନୀ) ନିଜ କର୍ମଚାରୀଙ୍କ ନିମନ୍ତେ ଏଭଳି ଏକ ଛୁଟି ଘୋଷଣା କରିଛି। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗୃହପାଳିତ ପ୍ରାଣୀଙ୍କ ପ୍ରତି କର୍ମଚାରୀଙ୍କ ମନରେ ଭଲପାଇବା ସୃଷ୍ଟି କରିବା ପାଇଁ ଏଭଳି କରାଯାଇଛି। ଯେଉଁ କର୍ମଚାରୀମାନେ ଘରେ ପ୍ରାଣୀ ପାଳିବେ, ସେମାନଙ୍କୁ ମାସରେ ତିନିଦିନ ପେଡ୍‌ ଲିଭ୍‌ ପ୍ରଦାନ କରାଯିବ। ଅର୍ଥାତ୍‌ ସେମାନେ ଛୁଟିରେ ରହିଲେ ବି ଦରମା ମିଳିବ। ଏହି ଛୁଟିକୁ କମ୍ପାନୀ ପକ୍ଷରୁ ‘ପ-ଟରନିଟି’ ଲିଭ୍‌ ବୋଲି କୁହାଯାଉଛି।

Share