Categories: ଫୁରସତ

ମା’ ହେଲେ ରାଲି

ଢେଙ୍କାନାଳ: ଓଲିଉଡ ଅଭିନେତ୍ରୀ ରାଲି ନନ୍ଦ ସୋମବାର ମା’ ହୋଇଛନ୍ତି। ତାଙ୍କ କୋଳମଣ୍ଡନ କରିଛି ଏକ କନ୍ୟାସନ୍ତାନ। ଏହାପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ‘କଳିଙ୍ଗପୁତ୍ର’ ସିନେମାରୁ ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିବା ରାଲି ୨୦୧୪ ଜୁଲାଇ ୨ରେ ବ୍ୟାଙ୍କ ଅଧିକାରୀ ପ୍ରଶାନ୍ତ ପଣ୍ଡାଙ୍କ ହାତ ଧରିଥିଲେ। ଏହାପରେ ସେ ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଥିଲେ। ଆକାଶେ କି ରଙ୍ଗ ଲାଗିଲା, ଓମ୍‌ ନମଃ ଶିବାୟ, ତୁ ଥିଲେ ମୋ ଡର କାହାକୁ, ଟଙ୍କା ତୋତେ ସଲାମ୍‌, ମା’ ଖୋଜେ ମମତା, ସୁପରଷ୍ଟାର, ନଈ ସେପାରି କନକ ଗୋରୀ, ପୁଣି ଦେଖାହେବ ଆର ଜନମରେ ଆଦି ୧୨ଟି ସିନେମାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି ରାଲି। ‘କଳିଙ୍ଗପୁତ୍ର’ ସିନେମାରେ ନିଖୁଣ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ସରକାର ଚଳଚ୍ଚିତ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏ ନେଇ ରାଲି ନିଜ ପ୍ରତିକ୍ରିୟାରେ କୁହନ୍ତି, କନ୍ୟା ସନ୍ତାନ ଜନ୍ମ ହୋଇଥିବାରୁ ସେ ବହୁତ ଖୁସି। ଖୁବ୍‌ଶୀଘ୍ର ସେ ଓଲିଉଡକୁ ଫେରିବେ।

Share