ମା’ ହେବାକୁ ୧୫ କିଲୋ ଓଜନ ବଢ଼ାଇଲେ କ୍ରିତି

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ଫଟୋ। ଏମିତିରେ ବି-ଟାଉନ ତାରକାଙ୍କ ଫଟୋ ଭାଇରାଲ ହେବା କିଛି ନୂଆ କଥା ନୁହେଁ। ତେବେ ଚର୍ଚ୍ଚାର କାରଣ ଫଟୋରେ କ୍ରିତିଙ୍କ ବେବି ବମ୍ପ୍‌ ଦେଖିବାକୁ ମିଳିଛି। ଆପଣ ଦ୍ୱନ୍ଦ୍ୱରେ ପଡ଼ିଗଲେ କି? ତେବେ କ୍ରିତିଙ୍କ ଏହି ବେବି ବମ୍ପ୍‌ର ରହସ୍ୟ ଆମେ ଆପଣଙ୍କୁ କହିଦେଉଛୁ।
ବଲିଉଡ୍‌ ଫିଲ୍ମ ‘ବରେଲୀ କି ବର୍ଫି’, ‘ଲୁକା ଛିପି’, ‘ହାଉସ୍‌ଫୁଲ-୪’ ଆଦିରେ ବବ୍‌ଲି ଝିଅ ଭୂମିକାରେ ନଜରକୁ ଆସିଥିବା କ୍ରିତିଙ୍କୁ ପ୍ରଥମଥର ପାଇଁ ମା’ଭୂମିକାରେ ଦେଖିବାକୁ ମିଳିବ। ଲକ୍ଷଣ ଉତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମିମି’ରେ ସେ ‘ସରୋଗେଟ୍‌ ମଦର’ ଭୂମିକାରେ ନଜରକୁ ଆସିବେ। ଏହି ପରିପ୍ରେକ୍ଷୀରେ ଶୁଟିଂ ସେଟ୍‌ରୁ କ୍ରିତିଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
କ୍ରିତିଙ୍କ ଫ୍ୟାନ୍‌ ପେଜ୍‌ ହ୍ୟାଣ୍ଡେଲ ଟୁଇଟର୍‌ରେ ଫଟୋଟି ଶେୟାର କରିବା ପରେ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତେବେ ଶୁଟିଂ କରିବା ସମୟର ଏହି ଫଟୋ ବୋଲି କ୍ୟାପ୍‌ଶନରେ କୁହାଯାଇଛି। ଏଥିରେ କ୍ରିତିଙ୍କ ବେବି ବମ୍ପ୍‌ ସ୍ପଷ୍ଟ ଜଣାପଡ଼ୁଛି। ତେବେ ପରଦାରେ ମା’ ହେବାକୁ ଅର୍ଥାତ୍‌ ଏଭଳି ଏକ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରିବାକୁ ସେ ୧୫ କିଲୋ ଓଜନ ବଢ଼ାଇଥିବା କୁହାଯାଉଛି। ଏହା ପୂର୍ବରୁ ମଧ୍ୟ ଫିଲ୍ମ ‘ମିମି’ ଚର୍ଚ୍ଚାରେ ରହିଆସିଛି। ରାଜସ୍ଥାନର ଚୁରୁଠାରେ ପ୍ରଥମେ ଫିଲ୍ମର ଶୁଟିଂ ଚାଲିଥିଲା। ହେଲେ ଫିଲ୍ମ ଶୁଟିଂ ପାଇଁ ପୂର୍ବରୁ ଅନୁମତି ନିଆଯାଇ ନ ଥିବାରୁ ପୋଲିସ ଶୁଟିଂ ଅଟକାଇ ଦେଇଥିଲା।
କ୍ରିତି ସାନନ୍‌ଙ୍କ ଅଭିନୀତ ଫିଲ୍ମ ‘ମିମି’ ହେଉଛିି ୨୦୧୧ରେ ରିଲିଜ୍‌ ହୋଇଥିବା ମରାଠୀ ଫିଲ୍ମ ‘ମାଲା ଆଇ ହ୍ବାୟଚୈ’ର ହିନ୍ଦୀ ଭର୍ସନ। ଫିଲ୍ମଟି ନ୍ୟାଶ୍‌ନାଲ ଆଓ୍ବାର୍ଡ ହାସଲ କରିଥିଲା। ଏଭଳି ଏକ ଚ୍ୟାଲେଞ୍ଜିଂ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ କ୍ରିତି ଖୁବ୍‌ ଉତ୍ସାହିତ ଅଛନ୍ତି। ତାଙ୍କ କ୍ୟାରିୟର୍‌ର ଏହା ସବୁଠାରୁ ଭଲ୍‌ ସ୍କ୍ରିପ୍ଟ ବୋଲି ସେ କହିଛନ୍ତି। ଫିଲ୍ମରେ କ୍ରିତିଙ୍କ୍‌ ବ୍ୟତୀତ ପଙ୍କଜ ତ୍ରିପାଠୀ, ସୁପ୍ରିୟା ପାଠକ ଏବଂ ମନୋଜ ପାହଓ୍ବାଙ୍କ ଭଳି ଅଭିଜ୍ଞ କଳାକାରଙ୍କୁ ଦେଖିବାକୁ ମିଳିବ। ଜୁଲାଇରେ ଏହାକୁ ରିଲିଜ୍‌ କରିବାକୁ ଯୋଜନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା କଲେ ସ୍ୱାମୀ

ବଲାଙ୍ଗୀର,୧୮।୨(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଜାମପଡା ଗାଁ ଖୁଣ୍ଟିଆପଡାରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଶାଢ଼ୀରେ ତଣ୍ଟି ଚିପି ହତ୍ୟା…

ଏସବୁ କରିବା ବଳାତ୍କାର ଉଦ୍ୟମ: ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨: ନାବାଳିକା ଯୌନ ନିର୍ଯାତନା ମାମଲାରେ ଆଲ୍ଲାହାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଜଣେ ୧୧ ବର୍ଷର ଶିଶୁ କନ୍ୟାର ସମ୍ବେଦନଶୀଳ ଅଙ୍ଗକୁ…

ବ୍ୟବସାୟୀଙ୍କ ଘରୁ ଚୋରି କରି ଧରାପଡ଼ିଲେ

ଖଡ଼ିଆଳ,୧୮।୨: ନୂଆପଡ଼ା ଜିଲା ୧୧ ନମ୍ବର ୱାର୍ଡ ପୁଟୁପଡ଼ାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଘରୁ ବଡ଼ଧରଣର ଚୋରି ହୋଇଥିଲା। ପୋଲିସ ବୁଧବାର ଉକ୍ତ ଘଟଣାର ପର୍ଦ୍ଦାଫାଶ କରିଛି।…

ବୋଲଗଡ଼ ବିଡିଓଙ୍କୁ ହଟାଇବା ଦାବିରେ ତାତିଲେ ଆନ୍ଦୋଳନକାରୀ; ପୋଲିସ ସହ ଠେଲାପେଲା, କାର୍‌ ଭାଙ୍ଗିଲେ…

ଖୋର୍ଦ୍ଧା,୧୮।୨(ପ୍ରଭାତ ପାଣିଗ୍ରାହୀ): ଉଗ୍ରରୂପ ନେଲା ବ୍ଲକ ସମୁଖ ଆନ୍ଦୋଳନ । ବୋଲଗଡ଼ ବ୍ଲକ ପରିସରରେ ବିଡିଓ ବିବାଦକୁ ନେଇ ଉତ୍ତେଜନା ଦେଖାଯାଉଥିବା ବେଳେ ବିଡିଓଙ୍କ ଗାଡି ଭଙ୍ଗାରୁଜା…

ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇଲେ ସଫେଇ କର୍ମଚାରୀ

ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ହୋଲି ପୂର୍ବରୁ ବଢ଼ିପାରେ DA!

ନୂଆଦିଲ୍ଲୀ,୧୮।୨: ଚଳିତ ବର୍ଷର ହୋଲି କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ହୋଇପାରେ। ହୋଲି ଉତ୍ସବ ପୂର୍ବରୁ ସରକାର ମହଙ୍ଗା ଭତ୍ତା (DA)…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri