Posted inଫୁରସତ

ମା’ ଭଳି ବାପା ବି ହୋଇପାରିବେ ଝିଅର ଭଲ ବନ୍ଧୁ: ଏହି ୪ ଦିଗ ଉପରେ ଦିଅନ୍ତୁ ଧ୍ୟାନ

ଅନେକ ସମୟରେ ଝିଅଟି ତା’ ଜୀବନରେ ଘଟୁଥିବା ପ୍ରତ୍ୟେକ କଥା ବିନା ସଙ୍କୋଚରେ ମା’ଙ୍କୁ କହିବା ଦେଖାଯାଇଥାଏ। ଏପରିକି କେତେକ ସ୍ଥାନରେ ପିତାଙ୍କ ଅନୁମତି ଲାଗି ଝିଅମାନେ ମା’ଙ୍କ ସାହାଯ୍ୟ ଲୋଡିଥାନ୍ତି। ହେଲେ କେବଳ ମା’ କାହିଁକି, ବାପା ବି ଝିଅର ଭଲ ସାଙ୍ଗ ହୋଇପାରିବେ। ଏମିତି ବି ବାପ ଝିଅ ଅଛନ୍ତି ଯେଉଁମାନେ ଭଲ ବନ୍ଧୁ ହୋଇଥାନ୍ତି। ଝିଅ ମା’ ଅପେକ୍ଷା ବାପାଙ୍କ ପାଖରେ ଅଧିକ ଗେହ୍ଲା ହୋଇଥାନ୍ତି। ସେମାନେ ବାପାଙ୍କ ସହିତ ସବୁ କଥା ବାଣ୍ଟି ପାରନ୍ତି। ତେବେ ଆପଣ ଯଦି ଚାହାନ୍ତି ଆପଣଙ୍କ ଝିଅର ଭଲ ବନ୍ଧୁଟିଏ ହେବାକୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଅନ୍ତୁ। ଜାଣନ୍ତୁ ସେ ସମ୍ପର୍କରେ…

କଟକଣା: ଅନେକ ସମୟରେ ଝିଅମାନଙ୍କୁ ଘରେ କଟକଣା କରାଯାଇଥାଏ। ଯିବାଆସିବାଠାରୁ ଆରମ୍ଭ କରି ପୋଷାକ ପରିଧାନ ଉପରେ ମଧ୍ୟ ବାରଣ କରାଯାଏ। ଏପରି କରିବା ଦ୍ୱାରା ଝିଅମାନେ ବାପାଙ୍କୁ ଡରିଥାନ୍ତି। ତେବେ ଏହି କଟକଣା ବନ୍ଦ କରନ୍ତୁ। ଦେଖିବେ ଆପଣଙ୍କ ଝିଅ ଆପଣଙ୍କ ଭଲ ବନ୍ଧୁ ହୋଇପାରିବ।

ବନ୍ଧୁଭଳି କଥା ହୁଅନ୍ତୁ: ଝିଅ ସହ ଏକ ପିତା ନୁହେଁ ବରଂ ଜଣ ଭଲ ବନ୍ଧୁ ପରି ବ୍ୟବହାର କରନ୍ତୁ। ଫଳରେ ଏହି ସ୍ନେହ ତାଙ୍କୁ ଅବାଟକୁ ଯିବାକୁ ଦେଇ ନ ଥାଏ। ଜୀବନର କଠିନ ସମୟରେ ବି ସେ ଆପଣଙ୍କୁ ନିଜର ଭଲ ବନ୍ଧୁ ଭାବିଥାନ୍ତି।

ଝିଅର ପରାମର୍ଶ: ବାପା ନିଜ କାର୍ଯ୍ୟ ହେଉ କିମ୍ବା ଘରର ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ଝିଅର ପରାମର୍ଶ ଲୋଡିବା ଆବଶ୍ୟକ। ଏପରି କରିବା ଦ୍ୱାରା ସମ୍ପର୍କ ସୁଦୃଢ଼ ହୋଇଥାଏ।

ଉପହାର: ଅନେକ ସମୟରେ ଝିଅର ମନ ପସନ୍ଦର ଉପହାର ତାକୁ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri