‘ମାୟାବିନୀ ମୌସୁମୀ’ରେ ନାରୀର କଥା

ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ ସମାଜ କାନ୍ଦେ। ଯେତେବେଳେ ନାରୀ ଆଖିରୁ ଲୁହ ଝରେ, ଯେତେବେଳେ ତା’ ନାକପୁଡ଼ାରୁ ତତଲା ନିଃଶ୍ୱାସ ବାହାରେ ସେତେବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଧ୍ୱଂସ ହୋଇଯାଏ। ସେମିତି ଏକ କାହାଣୀକୁ ନେଇ ରଚିତ ହୋଇଛି ନାଟକ ‘ମାୟାବିନୀ ମୌସୁମୀ’।

ନାଟକର ଭାବବସ୍ତୁଟି ଏମିତି: ମୌସୁମୀର ଆଗମନରେ ମାଟି ହୁଏ ସବୁଜ ଶ୍ୟାମଳ। ଆନନ୍ଦରେ ବିଭୋର ହୁଏ ପୃଥିବୀ। ମୌସୁମୀ ମାୟାକଲେ ପୃଥିବୀ ହୁଏ ଧୂସର। ମାଟି ହୁଏ ମରୁଭୂମି। ସମୟର ମୌସୁମୀ ଭାଗ୍ୟର ମାଟି ଉପରେ ଯଦି କେବେ ମାୟାବିନୀ ସାଜି ମାୟାର ଖେଳ ଖେଳେ ତା’ହେଲେ ଜୀବନ ହୁଏ ବିପର୍ଯ୍ୟସ୍ତ। ମାୟାବିନୀ ମୌସୁମୀର ଉତ୍ତପ୍ତ ନିଃଶ୍ୱାସ ତଳେ ବିଚରା ମଣିଷ ଜଳିପୋଡ଼ି ଛାରଖାର ହୋଇଯାଏ।

ଏଭଳି ଏକ ସମ୍ବେଦନଶୀଳ କାହାଣୀକୁ ନେଇ ନାଟକଟିକୁ ରଚନା କରିଛନ୍ତି ନାଟ୍ୟକାର ଅଧ୍ୟାପକ ଚିନ୍ମୟ ଦାସ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ଖଣ୍ଡୁଆଳ। ଏହାର ସଂଗୀତ ଦାୟିତ୍ୱ ବିକାଶ ଶୁକ୍ଳା ତୁଲାଇଥିବା ବେଳେ ଗୀତ ରଚନା କରିଛନ୍ତି ନିଗମ ମିଶ୍ର। ନୃତ୍ୟ ବିଭାଗରେ ଅଛନ୍ତି ବାପିସାର୍‌। ଭାଇଭାଇର ପ୍ରେମ, ସନ୍ଦେହ, ପିତାର ଆଦର୍ଶ, ସାବତ ମା’ର ଈର୍ଷା, ବଡ଼ଭାଇର ତ୍ୟାଗ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଭୁଲ୍‌ ବୁଝାମଣା, ପ୍ରେମିକାର ଅନନ୍ୟ ପ୍ରେମ, ଖଳନାୟକର କୁତ୍ସିତ ଷଡ଼ଯନ୍ତ୍ର, ଦାରିଦ୍ର୍ୟର ଯନ୍ତ୍ରଣାରେ ଛଟପଟ ହେଉଥିବା ଭାଇ, ପୁରୁଷ ପୀଡ଼ିତା ଯାଜ୍ଞସେନୀର କଠୋର ପ୍ରତିଜ୍ଞା, ପରିସ୍ଥିତିର ନିଅଁାରେ ଜଳି ଛଟପଟ ହେଉଥିବା ମଣିଷ ଆଦି ଘଟଣାକୁ ନେଇ ନାଟକଟି ବଳିଷ୍ଠ ହୋଇପାରିଛି। ବିନୋଦ, ବେବିନା, ରୀନା, ଲିଜା, ପୂଜା, ସାଇ ସୁରଜ, ଦୀପକ ବୋଷ, ଅଭି, ବ୍ରଜ, ବାପି, ଟୁକୁ ପ୍ରମୁଖଙ୍କ ଅଭିନୟ ଯେତିକି ଜୀବନ୍ତ ସେତିକି ପ୍ରଶଂସନୀୟ। ନାଟ୍ୟକାର ତଥା ଯାତ୍ରା ପରିଚାଳକ ବଙ୍କିମ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିବେଷିତ ହେଉଥିବା ନାଟକଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇପାରୁଥିବା ଦର୍ଶକ ମହଲରୁ ଜଣାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ କରିଶ୍ମା: ଖୁବ୍‌ଶୀଘ୍ର…

ଅଭିନେତ୍ରୀ କରିଶ୍ମା ତନ୍ନା ଖୁବଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ତାଙ୍କ ସ୍ବାମୀ ବରୁଣ ବାଙ୍ଗେରା ସହ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଏହି ଗୁଡ୍‌ନ୍ୟୁଜ୍‌ ଦେଇଛନ୍ତି।…

ଯାତ୍ରା ଜଗତରେ ପାଦ ଥାପିବେ ବଲିଉଡ୍‌ର ଏହି ସୁପରଷ୍ଟାର, ସୂଚନା ଦେଇ ରାଣୀ ପଣ୍ଡା କହିଲେ ଖୁବ୍‌ଶୀଘ୍ର ମୋ’ ଯାତ୍ରାରେ…

ଭୁବନେଶ୍ୱର,୫ା୪: ଯାତ୍ରା ଅଭିନେତ୍ରୀରୁ ମାଲିକାଣୀ ପାଲଟିଥିବା ରାଣୀ ପଣ୍ଡା ଯାତ୍ରାଜଗତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବଲିଉଡ୍‌ର ଜଣେ ସୁପରଷ୍ଟାର ତାଙ୍କ ଯାତ୍ରା…

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri