ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିୟମକୁ କଡାକଡି କଲେ ତହସିଲଦାର

ଗୁଡଭେଲା ୨୧।୪, (ଡି.ଏନ.ଏ.)- ରାଜ୍ୟରେ ସାଧାରଣ ଲୋକ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଲକ ଡାଉନ ନିୟମକୁ ନେଇ ଆଦୌ ସଚେତନ ହେଉନାହାନ୍ତି କିଛି ଲୋକ। ଏଥିପାଇଁ ବଲାଙ୍ଗୀର ଜିଲା ତୁଷୁରା ଏନଏସି ଓ ପୋଲିସ ଦ୍ୱାରା ଅନବରତ ପ୍ରଚାର ପ୍ରସାର ସହ ପାଟ୍ରୋଲିଂ ଜାରି ରହିଛି। ଏହା ସତ୍ତ୍ୱେ ମଧ୍ୟ ଲୋକଙ୍କୁ କାଟୁ କରୁନାହିଁ । ମଙ୍ଗଳବାର ତୁଷୁରା ତହସିଲଦାର ଚନ୍ଦ୍ରମଣୀ ନାଗ, ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ଓ ଏନଏସି ତରଫରୁ ଲୋକଙ୍କୁ ସଚେତନ କରାଯାଇଛି। ଏହା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିରେ ଖିଲାପ କରିଥିବା ପ୍ରାୟ ୫୦ ଜଣ ଲୋକଙ୍କ ଠାରୁ ଦୁଇ ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଛି। ବିନା ମାସ୍କରେ ଆସୁଥିବା ଦୁଇ ଓ ଚାରିଚକିଆ ଗାଡି ଚାଳକ ସଚେତନ ହେବେ ବୋଲି ସ୍ଥାନୀୟ ପ୍ରଶାସନ ଆଶା ବ୍ୟକ୍ତ କରିଛି। ପାଟ୍ରୋଲିଂ ସହ ଚେକିଂ କଡାକଡି କରାଯିବ ବୋଲି ତୁଷୁରା ଥାନା ଅଧିକାରୀ ପ୍ରଧାନୀ ସୂଚନା ଦେଇଛନ୍ତି।