ମାସ୍କ ନ ପିନ୍ଧି ୩ଶହ ଜଣ ଦେଲେ ଜରିମାନା

କଟକ ଅଫିସ,୨୭।୪: ଲକ୍‌ଡାଉନ ସମୟରେ ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ହେଲେ କିଛି ବ୍ୟକ୍ତି ଏହି ନିୟମକୁ ମାନୁନାହାନ୍ତି। ଫଳରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ସୋମବାର ସିଏମ୍‌ସି ଏନ୍‌ ଫୋର୍ସମେଣ୍ଟ ଟିମ୍‌ ଡେପୁଟି କମିଶନର ଡ. ଅବିନାଶ ରାଉତଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ୩ଶହ ଲୋକଙ୍କଠାରୁ ପ୍ରାୟ ୬୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଯେଉଁମାନେ ଏହି ନିୟମକୁ ଭାଙ୍ଗିଥିଲେ ସିଏମ୍‌ସି ପକ୍ଷରୁ ସେମାନଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା।