ମାସ୍କ ନ ପିନ୍ଧି ଦେଲେ ୪୭ ହଜାର ଜରିମାନା: ମଦ ଜବତ, ଜୁଆ ଆଡ୍ଡା ଉପରେ ଚଢ଼ାଉ

ଛତ୍ରପୁର,୮।୬(ଡି.ଏନ୍‌.ଏ.): କରୋନା ନେଇ ହୋଇଥିବା ଲକ୍‌ଡାଉନ ଓ ଶଟ୍‌ଡାଉନ ପରିପ୍ରେକ୍ଷୀରେ ଗଞ୍ଜାମ ପୋଲିସ ପକ୍ଷରୁ ଧରପଗଡ଼ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଜିଲାର ବିଭିନ୍ନ ଥାନା ପୋଲିସ ୪୭ ହଜାର ୨୦୦ଟଙ୍କା ଜରିମାନା ଆଦାୟ କରିଛନ୍ତି। ଏଥିସହ ଶଟ୍‌ଡାଉନ୍‌ ନିୟମ ଭାଙ୍ଗିଥିବାରୁ ୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୨ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇ ୧୫ ହଜାର ୪୮୦ ଟଙ୍କା ଓ ବେଆଇନ ମଦ କାରବାର ଉପରେ ଚଢ଼ାଉ ହୋଇ ୮୬୩.୦୬ ଲିଟର ଦେଶୀ ମଦ ଜବତ ହୋଇଛି। କୋଭିଡ ନିୟମ ଉଲ୍ଲଂଘନ ନେଇ ୪ଟି ମାମଲା ରୁଜୁ ହୋଇଥିବା ବେଳେ ୪ଜଣଙ୍କୁ ଗିରଫ କରାଯାଇଛି। ଏସମ୍ପର୍କରେ ସୋମବାର ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଟୁଇଟ କରି ସୂଚନା ଦେଇଛନ୍ତି।