Categories: ବାଣିଜ୍ୟ

ମାସ୍କ ଉତ୍ପାଦନ ବଢାଇବ ରିଲାଏନ୍ସ

ନୂଆଦିଲ୍ଲୀ,୨୪-୩: କରୋନା ବିରୋଧୀ ଲଢେଇ ଜୋରଦାର କରିବା ସ୍ବରୂପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଫେସ୍‌ ମାସ୍କ ଉତ୍ପାଦନ ବୃଦ୍ଧି କରିବା ନେଇ ସୋମବାର ଘୋଷଣା କରାଯାଇଛି। ଏହାବାଦ ଠିକା କର୍ମଚାରୀଙ୍କ ପ୍ରାପ୍ୟ ବନ୍ଦ କରାଯିବ ନାହିଁ ବୋଲି ଗ୍ରୁପ ପକ୍ଷରୁ ସୂଚନା ରହିଛି। କମ୍ପାନୀ ଦୈନିକ ୧ ଲକ୍ଷ ମାସ୍କ ଉତ୍ପାଦନ କରିବା ଲାଗି ଲକ୍ଷ୍ୟ ରଖିଛି। କରୋନା ପ୍ରଭାବିତଙ୍କ ଲାଗି ଏମର୍ଜେନ୍ସି ଯାନ, ବିଭିନ୍ନ ସହରରେ ଖାଦ୍ୟ ବ୍ୟବସ୍ଥା କରାଯିବା ନେଇ ସୂଚନା ରହିଛି। କୋଭିଡ ୧୯ ରୋଗୀଙ୍କ ଲାଗି ୧୦୦ ବେଡ୍‌ ଭିତ୍ତିକ ଫାସିଲିଟି, ଏମର୍ଜେନ୍ସି ସର୍ଭିସରେ ଥିବା ଯାନଗୁଡିକ ଲାଗି ମାଗଣା ଫୁଏଲ ବ୍ୟବସ୍ଥା ନେଇ ଗ୍ରୁପ ପକ୍ଷରୁ ପଦକ୍ଷେପ ନିଆଯାଇଛି। ରିଲାଏନ୍ସ ଫାଉଣ୍ଡେଶନ ଦେଶର ବିଭିନ୍ନ ସହରରେ ମାଗଣା ମିଲ୍‌ ବ୍ୟବସ୍ଥା କରିଥିବା ଜଣାପଡିଛି।

Share