ମାସ୍କ୍ ପିନ୍ଧିବାକୁ ମନା କଲେ ଟ୍ରମ୍ପ୍‌

ୱାଶିଂଟନ, ୪ ।୪: ଆମେରିକାରେ କରୋନ ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ବି ସରକାରଙ୍କ ପକ୍ଷରୁ ଜାତୀୟ ଲକ୍‌ଡାଉନ୍ ନିର୍ଦ୍ଦେଶ ଜାରି ହୋଇ ନାହିଁ । ସମାଜିକ ଦୂରତା ଅବଲମ୍ବନ କରାଯାଉ ନ ଥିବାରୁ ମୃତକଙ୍କ ସଂଖ୍ୟା ତଥା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା କୁହାଯାଉଛି । ଏପରିସ୍ଥଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମାସ୍କ୍ ପିନ୍ଧିବାକୁ ମନା କରିଛନ୍ତି । ଆମେରିକା ସ୍ୱାସ୍ଥ୍ୟ ବିଭାଗର ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଅଧିକାରୀ ତାଙ୍କୁ ଘରୁ ବାହାରିବା ସମୟରେ ମାସ୍କ୍ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏହା ଭଲ ଅଭ୍ୟାସ । ସେ ଚାହିଁଲେ ଏହାକୁ ପାଳନ କରିପାରିବେ । ମାତ୍ର ସେ ପ୍ରତିଦିନ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଏବଂ ଅନ୍ୟ ଉଚ୍ଚ ଅଧିକାରୀଙ୍କୁ ଭେଟୁଥିବାରୁ ଏଭଳି କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଏହାର ଉତ୍ତର ମଧ୍ୟ ସେ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଅଧିକାରୀଙ୍କୁ ଦେଇଛନ୍ତି ।

Share