ମାସ୍କ୍‌ ପିନ୍ଧିବା ଜରୁରୀ, ବାହାରେ ଛେପ ପକାଇଲେ ଜରିମାନା ସହ ଜେଲଦଣ୍ଡ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫।୪: ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଜାରି ରହିଛି। ଏହା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଲଢ଼େଇ ଲାଗି ମାର୍ଗ ଦର୍ଶିକା ମଧ୍ୟ ପ୍ରକାଶ ପାଇଛି। ଘରୁ ବାହାରକୁ ବାହାରିଲେ ମାସ୍କ୍‌ ପିନ୍ଧିବା ଜରୁରୀ ଦର୍ଶାଯାଇଛି। ସେହିପରି କର୍ମକ୍ଷେତ୍ରରେ ମଧ୍ୟ ମାସ୍କ୍‌ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ବାହାରେ ଛେପ ପକାଇଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଜରିମାନା ସହିତ ଜେଲ ଦଣ୍ଡାଦେଶ କରାଯିବ ବୋଲି ମାର୍ଗ ଦର୍ଶିକାରେ ପ୍ରକାଶ ପାଇଛି। କରୋନ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି। ଲକ୍‌ ଡାଉନ୍‌ ସମୟ ସୀମା ମେ ୩ ପର୍ଯ୍ୟନ୍ତ ବଢ଼ିବା ନେଇ ଘୋଷଣା ହେବାପରେ ଏହି ମାର୍ଗ ଦର୍ଶିକା ଜାରି ହୋଇଛି।

Share