ମାସେ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୀରାଶାଳ ଏୟାର ଷ୍ଟ୍ରିପ୍‌

କାମାକ୍ଷାନଗର, ୧୭।୫(ଡି.ଏନ.ଏ.)- ମାସେ ମଧ୍ୟରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବହୁ ପ୍ରତୀକ୍ଷିତ ବୀରାଶାଳ ଏୟାରଷ୍ଟ୍ରିପ୍‌। ଏଥିପାଇଁ ସବୁଜ ସଙ୍କେତ ମିଳିଛି। ଗୁରୁବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏୟାରଷ୍ଟ୍ରିପ୍‌ ପରିଦର୍ଶନ କରିବା ସହ ଭିତ୍ତିଭୂମିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଥିବାବେଳେ ଏହାକୁ ନେଇ ଢେଙ୍କାନାଳ ଜିଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଛି।
କଙ୍କଡ଼ାହାଡ଼ ବ୍ଲକର ବୀରାଶାଳରେ ୫୦ଏକର ପରିମିତ ଅଞ୍ଚଳରେ ରହିଥିବା ପୁରାତନ ଏୟାରଷ୍ଟ୍ରିପ୍‌ର ପୁନରୁଦ୍ଧାର ପରେ ଏହାକୁ ବିମାନ ଉଡ଼ାଣ ପ୍ରଶିକ୍ଷଣ କେନ୍ଦ୍ର ଭାବେ ବ୍ୟବହାର କରାଯିବ। ଇତିମଧ୍ୟରେ ପୂର୍ତ୍ତ ବିଭାଗ ପକ୍ଷରୁ ରନ୍‌ଓ୍ବେ, ସୁରକ୍ଷା ପାଚେରି ସମେତ ଅନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରାଯାଇଛି। ଏୟାରଷ୍ଟ୍ରିପ୍‌କୁ ଗଭର୍ନମେଣ୍ଟ ଆଭିଏଶନ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଗତି)କୁ ହସ୍ତାନ୍ତର କରାଯାଇଛି।
ଗୁରୁବାର ୨ଟି ବିମାନ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିଲା। ଗୋଟିଏରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ ଏବଂ ଅନ୍ୟଟିରେ ୨ଜଣ ପାଇଲଟ ଆସିଥିଲେ। ୨ ପାଇଲଟ୍‌ଙ୍କୁ ନେଇ ଗୋଟିଏ ବିମାନରେ ନିର୍ଦ୍ଦେଶକ ସମ୍ପୂର୍ଣ୍ଣ ଏୟାରଷ୍ଟ୍ରିପ୍‌ ଅଞ୍ଚଳ ପରିକ୍ରମା କରିଥିଲେ। ଏୟାରଷ୍ଟ୍ରିପ୍‌ କାର୍ଯ୍ୟକ୍ଷମ ହେବା ସମ୍ପର୍କରେ ସୂଚନା ଦେଇ ନିର୍ଦ୍ଦେଶକ କହିଛନ୍ତି, ୧ କିମି ୧୦୦ ମିଟର ବିଶିଷ୍ଟ ଏୟାରଷ୍ଟ୍ରିପ୍‌ର ରନ୍‌ଓ୍ବେ ନିର୍ମାଣ କାର୍ଯ୍ୟ ଶେଷହୋଇଛି। ଏହାର ଉଭୟ ପାର୍ଶ୍ୱ ରାସ୍ତା କାମ ବାକି ରହିଛି। ପାଇଲଟଙ୍କ ପାଇଁ ଆବଶ୍ୟକ ରେଷ୍ଟ ଶେଡ୍‌, ପ୍ରଶିକ୍ଷାର୍ଥୀଙ୍କ ହଷ୍ଟେଲ ଗୃହ ନିର୍ମାଣ କରିବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ପ୍ରଶିକ୍ଷଣ ଆରମ୍ଭ ହେଲେ ଅତିକମ୍‌ରେ ୪ରୁ୫ଟି ବିମାନ ରହିବ। ଏଥିପାଇଁ ଆବଶ୍ୟକ ରହଣିସ୍ଥଳ ନିର୍ମାଣ କରିବାକୁ ପଡ଼ିବ। ଏଥିସହ ଅତ୍ୟାଧୁନିକ ଅଗ୍ନି ନିରାପତ୍ତା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ ଜରୁରୀ। ନିରାପତ୍ତାକୁ ନଜରରେ ରଖି ଗେଟ୍‌ ନିର୍ମାଣ, ବିମାନ ଉଡ଼ାଣ କେନ୍ଦ୍ର ଚତୁଃପାର୍ଶ୍ୱରେ ଥିବା ଫାଙ୍କା ସ୍ଥାନ ବନ୍ଦ କରିବାକୁ କୁହାଯାଇଛି। ଭିତ୍ତିଭୂମି ବିକାଶ କାର୍ଯ୍ୟ ସନ୍ତୋଷଜନକ ରହିଛି। ଅନ୍ୟାନ୍ୟ ଆନୁଷଙ୍ଗିକ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ମାସେ ମଧ୍ୟରେ ସାରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପରେ ଏଠାରୁ ବିମାନ ଉଡ଼ାଣ ପ୍ରଶିକ୍ଷଣ ଆରମ୍ଭ ହେବ। ଢେଙ୍କାନାଳ ବିକାଶରେ ଏହା ନୂତନ ଅଧ୍ୟାୟ ଯୋଡ଼ିବ ବୋଲି ନିର୍ଦ୍ଦେଶକ କହିଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ଏୟାରଷ୍ଟ୍ରିପ୍‌ ପରିଚାଳକ ଓମ୍‌ପ୍ରକାଶ ସୁରୀ, କ୍ୟାପ୍‌ଟେନ ଓ.ବି.କେ. ସିଂ, ଟେଷ୍ଟିଂ ପାଇଲଟ ଆଶିଷ ନାୟକ, ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ମନୋଜ କୁମାର ରାୟ, ଟେକ୍ନିସିଆନ ଗଜେନ୍ଦ୍ର ମହନ୍ତ, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri