ମାସକ ମଧ୍ୟରେ ଫେରିଲେଣି ଦେଢ଼ଲକ୍ଷ ପ୍ରବାସୀ

ଛତ୍ରପୁର,୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ଓ ଜଗନ୍ନାଥପୁର ଷ୍ଟେଶନକୁ ମାସକ ମଧ୍ୟରେ ୧ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ ଫେରିଲେଣି। ତେବେ ଏଥିରେ ଗଞ୍ଜାମ ସମେତ ଓଡ଼ିଶାର ବିଭିନ୍ନ ଜିଲାର ଲୋକ ରହିଛନ୍ତି। ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛିି। ଏହି ମହାମାରୀ ସରିବା ପର୍ଯ୍ୟନ୍ତ ଜିଲା ପ୍ରଶାସନ ଯୁଦ୍ଧ ଜାରି ରଖିବ ବୋଲି ଆଇଏଏସ୍‌ ଅଫିସର କିରଥି ଭାଶନ ଟୁଇଟ୍‌ କରି ଜଣାଇଛନ୍ତି।