ମାଲକାନଗିରି ଜିଲାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି

ମାଲକାନଗିର,୧୯।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି।
ଚିହ୍ନଟ ଜଣକ ମାଲକାନଗିରି ବ୍ଲକ ଗୌଡଗୁଡା ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି। ସେ ତାମିଲନାଡୁରୁ ଆସି ଗୌଡଗୁଡା ସଙ୍ଗରୋଧ କେନ୍ଦ୍ରରେ ଥିଲୋ। ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେବାରୁ ରକ୍ତ ନମୁନା ପରୀକ୍ଷା ନିମନ୍ତେ ପଠା ଯାଇଥିଲା। ସେ ପଜିଟିଭ୍‌ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ମାଲକାନଗିରି କୋଭିଡ୍‌-୧୯ ହତ୍ସିଟାଲକୁ ପଠାଯାଇଛି। ଗୌଡଗୁଡା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯିବା ସହ ସେ କାହା ସଂସ୍ପର୍ଶରେ ଆସିଥିଲେ ତାହାର ତଥ୍ୟ ପ୍ରଶାସନ ପକ୍ଷରୁ ସଂଗ୍ରହ କରାଯାଉଛି। ତେବେ ଜିଲାରେ ୨୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି।