ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା

କୋରୁକୋଣ୍ଡା, ୯।୬(ଡି.ଏନ.ଏ): ମାଲକାନଗିରି ଜିଲାକୁ ପୁଣି ଛୁଇଁଲା କରୋନା। ଗତ ସୋମବାର ଜିଲା ପ୍ରଶାସନ ସମଗ୍ର ଜିଲାକୁ କରୋନା ମୁକ୍ତ ବୋଲି ଘୋଷଣା କରିଥିବାବେଳେ ମଙ୍ଗଳବାର ପୁଣିଥରେ ଜିଲାରେ କରୋନା ଆକ୍ରାନ୍ତ ହୋଇଛନ୍ତି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସରକାର ଏବଂ ଜିଲାପାଳ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଜଣଙ୍କ ବାହାର ରାଜ୍ୟରୁ ଫେରିଥିବାବେଳେ କୋରୁକୋଣ୍ଡା ବ୍ଲକର ତାରଲାକୋଟା ସଂଗରୋଧ କେନ୍ଦ୍ରରେ ରହୁଥିଲେ। ତେଣୁ ଏହି କେନ୍ଦ୍ରର ୧୦୦ ମିଟର ଦୂରତାରେ ଥିବା ସମ୍ପୂର୍ଣ୍ଣ ଅଞ୍ଚଳକୁ ଜିଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜିଲାପାଳ ମନୀଷ ଅଗ୍ରୱାଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ଜିଲାରେ ୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରିଥିବା ବେଳେ ଏବେ ମୋଟ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି।