ମାର୍ଚ୍ଚ ସୁଦ୍ଧା ସବୁ ରେଳ ଇଞ୍ଜିନରେ ଲାଗିବ ଜିପିଏସ୍‌

ଭୁବନେଶ୍ୱର,୧୫-୭(ବ୍ୟୁରୋ): ରେଳ ମନ୍ତ୍ରଣାଳୟ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସହ ମିଳିତ ହୋଇ ନୂଆ ପ୍ରକଳ୍ପ ରିୟଲ ଟାଇମ୍‌ ଟ୍ରେନ ଇନ୍‌ଫରମେଶନ ସିଷ୍ଟମ (ଆର୍‌ଟିଆଇଏସ୍‌) ଆରମ୍ଭ କରିଛି। ଏହା ଦ୍ୱାରା ରେଲଓ୍ବେ ଏହାର ଇଞ୍ଜିନରେ ଜିପିଏସ୍‌ ଡିଭାଇସ୍‌ ଲଗାଇଛି। ବର୍ତ୍ତମାନ ସୁଦ୍ଧା ୪,୨୦୦ ଇଞ୍ଜିନରେ ଏହାର ବ୍ୟବହାର ହୋଇଛି। ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସବୁ ରେଳ ଇଞ୍ଜିନରେ ଜିପିଏସ୍‌ ଲଗାଯିବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ ଭିନୋଦ କୁମାର ଯାଦବ ରବିବାର ସୂଚନା ଦେଇଛନ୍ତି। ୮,୦୦୦ରୁ ୯,୦୦୦ ଇଞ୍ଜିନରେ ଏହି ପଦ୍ଧତି ଲାଗୁ ହେବ। ଏହା ଦ୍ୱାରା ଠିକ୍‌ ସମୟରେ ଟ୍ରେନ ଚଳାଚଳ କରିବ ଏବଂ ଟ୍ରେନ ଅବସ୍ଥିତି ଜଣା ପଡିବ ବୋଲି ସେ କହିଛନ୍ତି।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଫନୀରେ ସମ୍ପର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ରେଳ ଷ୍ଟେଶନ ଏବଂ କୋଚିଂ ଡିପୋକୁ ସେ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। ସେହିଭଳି ଭୁବନେଶ୍ୱର ରେଳ ଷ୍ଟେଶନର କ୍ଷୟକ୍ଷତି ତଦାରଖ କରି ଏହାର ଉନ୍ନତୀକରଣ ତଥା ରେଲଓ୍ବେ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭୁବନେଶ୍ୱର ରେଳ ଷ୍ଟେଶନର ମୁଖ୍ୟ ଦ୍ୱାରରେ ନୂଆ ବିଲଡିଂ ସ୍ଥାପନ କରାଯିବ। ଏଠାରେ ଏକ ଉନ୍ନତ ମାନର ଷ୍ଟେଶନ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥି ଲାଗି ଭାରତୀୟ ରେଳପଥ ପକ୍ଷରୁ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହେବ। ସମସ୍ତ ପ୍ରକାରର ବୈଷୟିକ ଆବଶ୍ୟକତା ପୂରଣ ହୋଇଥିବା ବେଳେ ଶୀଘ୍ର ଏମ୍‌ଓୟୁ କରାଯିବ। ସେହିଭଳି ଏଠାରେ ଆଉ ୨ ପ୍ଲାଟଫର୍ମ ଯୋଡି ହେବ। ଷ୍ଟେଶନର ଦ୍ୱିତୀୟ ପ୍ରବେଶ ଦ୍ୱାରକୁ ପୁନଃନବୀକରଣ ଏବଂ ଏହାର ଚତୁପାର୍ଶ୍ୱରେ ରାସ୍ତା ସଂଯୋଗୀକରଣ ପାଇଁ ପାଣ୍ଠି ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ୨୦୦ ନିୟୁତ ଟନ୍‌ ମାଲ ପରିବହନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହାଠାରୁ ଅଧିକ ମାଲ ପରିବହନ ନେଇ ପୂର୍ବତଟ ରେଳପଥ ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।
ସେହିଭଳି ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଶେଷ କରିବା ଉଦ୍ୟମ ଜାରି ରହିଥିବା ସେ ସ୍ପଷ୍ଟ କରିଛନ୍ତି। ଏଥି ଲାଗି ପାଣ୍ଠିର କୌଣସି ଅଭାବ ରହିବ ନାହିଁ। ରେଳ ପ୍ରକଳ୍ପ ଆଗେଇବାରେ ଜମି ଅଧିଗ୍ରହଣ ଏକ ସମସ୍ୟା ଭାବେ ଉଭା ହେଉଛି। ଏଥି ଲାଗି ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି। ଗତବର୍ଷ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ଅନେକ ପାଣ୍ଠି ଖର୍ଚ୍ଚ ହୋଇ ପାରି ନାହିଁ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପଗୁଡିକୁ ଅଧିକ ପାଣ୍ଠି ଯୋଗାଇ ଦିଆଯାଇଛି। ବିଭିନ୍ନ ସମସ୍ୟାର ସମାଧାନ ସହ ପାଣ୍ଠିର ପୂର୍ଣ୍ଣ ବିନିଯୋଗ ପାଇଁ ଉଦ୍ୟମ ଜାରି ରହିବ। ସେହିଭଳି ଭୁବନେଶ୍ୱରରୁ କଟକକୁ ଅଧିକ ଟ୍ରେନ ଚଳାଚଳ ନେଇ ହୋଇ ଆସୁଥିବା ଦାବିକୁ ଧ୍ୟାନରେ ରଖାଯାଇଛି। ଏହି ଦୁଇ ସ୍ଥାନ ମଧ୍ୟରେ ଏକ ବାଇପାସ ରେଳ ଲାଇନ ପାଇଁ ସର୍ଭେ କାର୍ଯ୍ୟ ଅନୁମୋଦନ କରାଯାଇଛି। ଏହା ହେଲେ ମାଲ ପରିବହନ ସୁଗମ ହେବା ସହ ଯାତ୍ରୀ ସୁବିଧା ତ୍ୱରାନ୍ବିତ ହେବ ବୋଲି ଯାଦବ କହିଛନ୍ତି।
ଟ୍ରେନ୍‌ ଟ୍ରାଫିକ ବୃଦ୍ଧି ଯୋଗୁ ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ଯାଦବ ଗୁରୁତ୍ୱାରୋପ କରିଛନ୍ତି। ଯାତ୍ରୀ ସୁବିଧାକୁ ଅଗ୍ରାଧିକାର , ସେପ୍ଟେମ୍ବର ମାସ ସୁଦ୍ଧା ସବୁ ଷ୍ଟେଶନରେ ଓ୍ବାଇଫାଇ, ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସବୁ ମୁଖ୍ୟ ଷ୍ଟେଶନ, ପ୍ରମୁଖ ମେଲ୍‌ ଏବଂ ଏକ୍ସପ୍ରେସ ଟ୍ରେନଗୁଡିକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଇ-କ୍ୟାଟରିଂ ଆପ୍‌ , ଇ-ଦୃଷ୍ଟି ଇନ୍‌ ଓ୍ବେବସାଇଟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଓ୍ବେବସାଇଟ ଦ୍ୱାରା ଟ୍ରେନର ସମୟ ସାରଣୀ ଓ ଟ୍ରେନରେ ମିଳୁଥିବା ଖାଦ୍ୟର ଗୁଣବତ୍ତା ଓ ମାନ ବିଷୟରେ ଯାତ୍ରୀ ଜାଣି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri