ମାର୍ଚ୍ଚ ସୁଦ୍ଧା ସବୁ ରେଳ ଇଞ୍ଜିନରେ ଲାଗିବ ଜିପିଏସ୍‌

ଭୁବନେଶ୍ୱର,୧୫-୭(ବ୍ୟୁରୋ): ରେଳ ମନ୍ତ୍ରଣାଳୟ, ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସହ ମିଳିତ ହୋଇ ନୂଆ ପ୍ରକଳ୍ପ ରିୟଲ ଟାଇମ୍‌ ଟ୍ରେନ ଇନ୍‌ଫରମେଶନ ସିଷ୍ଟମ (ଆର୍‌ଟିଆଇଏସ୍‌) ଆରମ୍ଭ କରିଛି। ଏହା ଦ୍ୱାରା ରେଲଓ୍ବେ ଏହାର ଇଞ୍ଜିନରେ ଜିପିଏସ୍‌ ଡିଭାଇସ୍‌ ଲଗାଇଛି। ବର୍ତ୍ତମାନ ସୁଦ୍ଧା ୪,୨୦୦ ଇଞ୍ଜିନରେ ଏହାର ବ୍ୟବହାର ହୋଇଛି। ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସବୁ ରେଳ ଇଞ୍ଜିନରେ ଜିପିଏସ୍‌ ଲଗାଯିବ ବୋଲି ରେଳ ବୋର୍ଡ ଅଧ୍ୟକ୍ଷ ଭିନୋଦ କୁମାର ଯାଦବ ରବିବାର ସୂଚନା ଦେଇଛନ୍ତି। ୮,୦୦୦ରୁ ୯,୦୦୦ ଇଞ୍ଜିନରେ ଏହି ପଦ୍ଧତି ଲାଗୁ ହେବ। ଏହା ଦ୍ୱାରା ଠିକ୍‌ ସମୟରେ ଟ୍ରେନ ଚଳାଚଳ କରିବ ଏବଂ ଟ୍ରେନ ଅବସ୍ଥିତି ଜଣା ପଡିବ ବୋଲି ସେ କହିଛନ୍ତି।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଫନୀରେ ସମ୍ପର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ରେଳ ଷ୍ଟେଶନ ଏବଂ କୋଚିଂ ଡିପୋକୁ ସେ ପରିଦର୍ଶନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। ସେହିଭଳି ଭୁବନେଶ୍ୱର ରେଳ ଷ୍ଟେଶନର କ୍ଷୟକ୍ଷତି ତଦାରଖ କରି ଏହାର ଉନ୍ନତୀକରଣ ତଥା ରେଲଓ୍ବେ ପକ୍ଷରୁ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଭୁବନେଶ୍ୱର ରେଳ ଷ୍ଟେଶନର ମୁଖ୍ୟ ଦ୍ୱାରରେ ନୂଆ ବିଲଡିଂ ସ୍ଥାପନ କରାଯିବ। ଏଠାରେ ଏକ ଉନ୍ନତ ମାନର ଷ୍ଟେଶନ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି। ଏଥି ଲାଗି ଭାରତୀୟ ରେଳପଥ ପକ୍ଷରୁ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହେବ। ସମସ୍ତ ପ୍ରକାରର ବୈଷୟିକ ଆବଶ୍ୟକତା ପୂରଣ ହୋଇଥିବା ବେଳେ ଶୀଘ୍ର ଏମ୍‌ଓୟୁ କରାଯିବ। ସେହିଭଳି ଏଠାରେ ଆଉ ୨ ପ୍ଲାଟଫର୍ମ ଯୋଡି ହେବ। ଷ୍ଟେଶନର ଦ୍ୱିତୀୟ ପ୍ରବେଶ ଦ୍ୱାରକୁ ପୁନଃନବୀକରଣ ଏବଂ ଏହାର ଚତୁପାର୍ଶ୍ୱରେ ରାସ୍ତା ସଂଯୋଗୀକରଣ ପାଇଁ ପାଣ୍ଠି ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ୨୦୦ ନିୟୁତ ଟନ୍‌ ମାଲ ପରିବହନ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏହାଠାରୁ ଅଧିକ ମାଲ ପରିବହନ ନେଇ ପୂର୍ବତଟ ରେଳପଥ ଆଶାବାଦୀ ଥିବା ସେ ପ୍ରକାଶ କରିଛନ୍ତି।
ସେହିଭଳି ଚାଲୁ ରହିଥିବା ପ୍ରକଳ୍ପଗୁଡିକୁ ଶେଷ କରିବା ଉଦ୍ୟମ ଜାରି ରହିଥିବା ସେ ସ୍ପଷ୍ଟ କରିଛନ୍ତି। ଏଥି ଲାଗି ପାଣ୍ଠିର କୌଣସି ଅଭାବ ରହିବ ନାହିଁ। ରେଳ ପ୍ରକଳ୍ପ ଆଗେଇବାରେ ଜମି ଅଧିଗ୍ରହଣ ଏକ ସମସ୍ୟା ଭାବେ ଉଭା ହେଉଛି। ଏଥି ଲାଗି ରାଜ୍ୟ ସରକାରଙ୍କ ସହ ମିଳିତ ହୋଇ ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି। ଗତବର୍ଷ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ଅନେକ ପାଣ୍ଠି ଖର୍ଚ୍ଚ ହୋଇ ପାରି ନାହିଁ। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ରେଳ ପ୍ରକଳ୍ପଗୁଡିକୁ ଅଧିକ ପାଣ୍ଠି ଯୋଗାଇ ଦିଆଯାଇଛି। ବିଭିନ୍ନ ସମସ୍ୟାର ସମାଧାନ ସହ ପାଣ୍ଠିର ପୂର୍ଣ୍ଣ ବିନିଯୋଗ ପାଇଁ ଉଦ୍ୟମ ଜାରି ରହିବ। ସେହିଭଳି ଭୁବନେଶ୍ୱରରୁ କଟକକୁ ଅଧିକ ଟ୍ରେନ ଚଳାଚଳ ନେଇ ହୋଇ ଆସୁଥିବା ଦାବିକୁ ଧ୍ୟାନରେ ରଖାଯାଇଛି। ଏହି ଦୁଇ ସ୍ଥାନ ମଧ୍ୟରେ ଏକ ବାଇପାସ ରେଳ ଲାଇନ ପାଇଁ ସର୍ଭେ କାର୍ଯ୍ୟ ଅନୁମୋଦନ କରାଯାଇଛି। ଏହା ହେଲେ ମାଲ ପରିବହନ ସୁଗମ ହେବା ସହ ଯାତ୍ରୀ ସୁବିଧା ତ୍ୱରାନ୍ବିତ ହେବ ବୋଲି ଯାଦବ କହିଛନ୍ତି।
ଟ୍ରେନ୍‌ ଟ୍ରାଫିକ ବୃଦ୍ଧି ଯୋଗୁ ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ଯାଦବ ଗୁରୁତ୍ୱାରୋପ କରିଛନ୍ତି। ଯାତ୍ରୀ ସୁବିଧାକୁ ଅଗ୍ରାଧିକାର , ସେପ୍ଟେମ୍ବର ମାସ ସୁଦ୍ଧା ସବୁ ଷ୍ଟେଶନରେ ଓ୍ବାଇଫାଇ, ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସବୁ ମୁଖ୍ୟ ଷ୍ଟେଶନ, ପ୍ରମୁଖ ମେଲ୍‌ ଏବଂ ଏକ୍ସପ୍ରେସ ଟ୍ରେନଗୁଡିକରେ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଇ-କ୍ୟାଟରିଂ ଆପ୍‌ , ଇ-ଦୃଷ୍ଟି ଇନ୍‌ ଓ୍ବେବସାଇଟ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏହି ଓ୍ବେବସାଇଟ ଦ୍ୱାରା ଟ୍ରେନର ସମୟ ସାରଣୀ ଓ ଟ୍ରେନରେ ମିଳୁଥିବା ଖାଦ୍ୟର ଗୁଣବତ୍ତା ଓ ମାନ ବିଷୟରେ ଯାତ୍ରୀ ଜାଣି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

Business Eminence Awards 2026: ଉଦ୍ୟୋଗିତା ସମାଜକୁ ସାହାଯ୍ୟ କରିବାର ମାଧ୍ୟମ

ଜଗଦମ୍ବା ପଲିମର୍ସ ଲିମିଟେଡ୍‌ର ମ୍ୟାନେଜିଂ ଡାଇରେକ୍ଟର ଚନ୍ଦ୍ର ପ୍ରକାଶ ଭରତ୍ତିଆ ଜଣେ ପ୍ରଥମ ପିଢ଼ିର ଉଦ୍ୟୋଗୀ। ୪ ଦଶକରୁ ଅଧିକ ଓଡ଼ିଶାରେ ବ୍ୟବସାୟ ଚଳାଇଆସୁଛନ୍ତିି। ଜଗଦମ୍ବା ପଲିମର୍ସ…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

ଅକ୍ଷୟ ତୃତୀୟାରେ ୨ ଲକ୍ଷ ଧରିବ ସୁନାଦର! ସୁନାପ୍ରେମୀଙ୍କୁ ଝଟ୍‌କା

ନୂଆଦିଲ୍ଲୀ,୧୬।୪: ଅକ୍ଷୟ ତୃତୀୟା ରବିବାର ପଡୁଛି। କିନ୍ତୁ, ଯଦି ଆପଣ ସୁନା କିଣିବାକୁ ଯୋଜନା କରୁଛନ୍ତି, ତେବେ ବଜାରରେ ସାମ୍ପ୍ରତିକ ମୂଲ୍ୟ ବୃଦ୍ଧି ଆପଣଙ୍କୁ ଚିନ୍ତାରେ ପକାଇପାରେ।…

ବଢିଗଲା ସାବୁନ-ସାମ୍ପୁର ଦାମ୍‌, ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼

ନୂଆଦିଲ୍ଲୀ,୧୬।୪: ଖୁଚୁରା ଏବଂ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧିର ରିପୋର୍ଟ ପରେ, ଆଉ ଏକ ଖବର ସାମ୍ନାକୁ ଆସିଛି ଯାହା ମଧ୍ୟବିତ୍ତ ପରିବାର ପାଇଁ ସାମାନ୍ୟ ଝଟକା ଆଣିପାରେ।…

ଏପ୍ରିଲ ୨୯ ପରେ ଭାରତରେ ବଢିଯିବ ପେଟ୍ରୋଲ ଦର! ଲିଟର ପିଛା ହେବ…

ନୂଆଦିଲ୍ଲୀ,୧୬।୪: ମଧ୍ୟପ୍ରାଚ୍ୟରେ 40 ଦିନର ସଂଘର୍ଷ ପରେ, ଦୁଇ ସପ୍ତାହର ଯୁଦ୍ଧବିରତି ସ୍ଥାପନ କରାଯାଇଛି; ତଥାପି, ପରିସ୍ଥିତି ଅପରିବର୍ତ୍ତିତ ରହିଛି। ବିଶ୍ୱର ପ୍ରମୁଖ ଜଳପଥ ମଧ୍ୟରୁ, ହର୍ମୁଜ…

ଟ୍ରେନ୍‌ରେ ଯାତ୍ରା କରିବା ହେଲା ଶସ୍ତା! ଟିକେଟ ବୁକ୍‌ କଲେ ମିଳିବ ରିହାତି, ଏମିତି ଉଠାନ୍ତୁ… 

ନୂଆଦିଲ୍ଲୀ,୧୫।୪: ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ଆଣିଛି। ଏବେ ଟ୍ରେନ ଟିକେଟ ବୁକ୍‌ କଲେ ଆପଣଙ୍କୁ ମିଳିବ ସ୍ବତନ୍ତ୍ର ରିହାତି। ରେଳବାଇର ନୂଆ…

PNB ଗ୍ରାହକ ଆଲର୍ଟ! କାଲିଠୁ ବନ୍ଦ ହୋଇଯିବ ବ୍ୟାଙ୍କ୍‌ ଆକାଉଣ୍ଟ, ଲିଷ୍ଟରେ ଅଛି କି ନାଁ…

ନୂଆଦିଲ୍ଲୀ,୧୫।୪: ଯଦି ଆପଣଙ୍କର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ରେ ଏକ ଆକାଉଣ୍ଟ ଅଛି, ତେବେ ଏହି ଅପଡେଟ ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri