Categories: ବାଣିଜ୍ୟ

ମାର୍ଚ୍ଚରେ ୯୭,୫୯୭ କୋଟି ଟଙ୍କାର ଜିଏସ୍‌ଟି

ନୂଆଦିଲ୍ଲୀ, ୨।୪: ସରକାର ମାର୍ଚ୍ଚ ମାସରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବାବଦ ୯୭,୫୯୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିଛନ୍ତି। ଏହା ଫେବୃୟାରିରେ ୧.୦୫ ଲକ୍ଷ କୋଟି ଟଙ୍କା ରହିଥିଲା। ଫେବୃୟାରିରେ ସଂଗ୍ରହ ହୋଇଥିବା ମୋଟ ୯୭,୫୯୭ କୋଟି ଟଙ୍କାର ଜିଏସ୍‌ଟି ମଧ୍ୟରେ କେନ୍ଦ୍ରୀୟ ଜିଏସ୍‌ଟି ବାଦବ ୧୯,୧୮୩ କୋଟି, ରାଜ୍ୟ ଜିଏସ୍‌ଟି ବାବଦ ୨୫,୬୦୧ କୋଟି, ସମନ୍ବିତ ଜିଏସ୍‌ଟି ବାବଦ ୪୪,୫୦୮ କୋଟି, ଆମଦାନୀ ରାଜସ୍ବ ବାଦବ ୧୮,୦୫୬ କୋଟି ଟଙ୍କା ସାମିଲ ରହିଥିବା ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଏହି ସମୟ ମଧ୍ୟରେ ୭୬.୫ ଲକ୍ଷ ଜିଏସ୍‌ଟି-ଆର୍‌ ୩ ବି ଫାଇଲ କରାଯାଇଛି।

Share