ମାରଣାସ୍ତ୍ର ଦେଖାଇ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ଘଟଣା: ୨ ଗିରଫ

ସୋରଡ଼ା,୨୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ନୂଆଗଡ଼ ପଞ୍ଚାୟତ କେଶରା ଅଞ୍ଚଳରେ କାର୍ଯ୍ୟରତ ଏକ ଘରୋଇ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌ ହୋଇଥିଲା। ଗତ ଫେବୃଆରୀ ୧୧ ତାରିଖରେ ପାଲକାଟୁ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଦୁଇ ଲୁଟେରା ୧ ଲକ୍ଷ ୩୧ ହଜାର ୮୩୧ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ଟାବ୍‌ଲେଟ ଓ ମୂଲ୍ୟବାନ କାଗଜପତ୍ର ଲୁଟି ନେଇଥିଲେ। ଲୁଟେରା ଦ୍ୱୟ ହେଲେ ଗାଙ୍ଗପୁର ଥାନା ଲତାପଲି ଗ୍ରାମର ଗୌତମ ନାୟକ ଓ କୃଷ୍ଣ ମଳିକ। ଦୁଇଜଣଙ୍କଠାରୁ ୧୦ ହଜାର ଟଙ୍କା, ଦୁଇଟି ମୋବାଇଲ ଓ ମାରଣାସ୍ତ୍ର ଜବତ କରାଯାଇଛି। ସୋରଡ଼ା ଥାନାରେ କେସ ନଂ. ୩୨/୩୦ରେ ମାମଲା ରୁଜୁ ହୋଇଥିଲା। ତେବେ ଶନିବାର ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।