ମାରଣାସ୍ତ୍ର ଦେଖାଇ ଆତଙ୍କ, କାବୁ କଲେ ଏସ୍‌ଏଚ୍‌ଜି ମହିଳା

ବରଗଡ଼ ଅଫିସ୍‌,୨୫।୪: ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ବୁଡ଼େନ ଥାନାର ଲୁହାଖାନ ଗ୍ରାମରେ ଶନିବାର ପିସ୍ତଲ, ଛୁରୀ ଭଳି ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟି କରୁଥିବା ଅଭିଯୁକ୍ତମାନଙ୍କୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ମହିଳାମାନେ କାବୁ କରିଛନ୍ତି। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ପଦ୍ମପୁରର ପିଣ୍ଟୁ ବେହେରା, ସୁଶୀଲ ରୋହିଦାସ ଏବଂ ଲୁହାଖାନ ଗ୍ରାମର ଶୋଭାକର ମାଝୀ । ସେମାନଙ୍କ ବିରୋଧରେ ବୁଡ଼େନ ଥାନାରେ ଏକ ମାମଲା(ନଂ.୫୬/୨୦) ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କ ପାଖରୁ ଏକ ବାଇକ୍‌(ନଂ-ଓଡ଼ି୧୭ଏସ୍‌ ୭୦୯୪), ୩ଟି ମୋବାଇଲ ଏବଂ ବ୍ୟବହୃତ ଛୁରୀ, ପିସ୍ତଲ ଜବତ୍‌ କରାଯାଇଛି। ଅଭିଯୁକ୍ତମାନେ ଲୁହାଖାନ ଗ୍ରାମର ଦେବାର୍ଚ୍ଚନ ନାଗଙ୍କ ଘରକୁ ଯାଇ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ଏହାପରେ ଦେବାର୍ଚ୍ଚନଙ୍କ ସ୍ତ୍ରୀ ଭାନୁମତୀ ସାହସର ସହିତ ଗ୍ରାମର ସ୍ବୟଂ ସହାୟକ ଗୋଷ୍ଠୀକୁ ଖବର ଦେଇଥିଲେ। ଏହାପରେ ଏସ୍‌ଏଚଜି ମହିଳାମାନେ ସେଠାରେ ପହଞ୍ଚି ଅଭିଯୁକ୍ତମାନଙ୍କୁ କାବୁ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri