ମାଫିଆଙ୍କ କବ୍‌ଜାରେ ବଳରାମ ପାହାଡ଼

ନୟାଗଡ଼ ଅଫିସ,୨୦ା୫- ନୟାଗଡ଼ ସହର ଉପକଣ୍ଠରେ ଥିବା ବଳରାମ ପାହାଡ଼ ଏବେ ମାଫିଆଙ୍କ କବ୍‌ଜାରେ। ସେମାନେ ମନଇଚ୍ଛା ପାହାଡ଼ର ବିଭିନ୍ନ ସ୍ଥାନରେ ପଥର ଫଟାଇ ବିକ୍ରି କରୁଛନ୍ତି। ଏପରି କି ଜଙ୍ଗଲରୁ ଗଛକାଟି ବିକ୍ରି କରିବାକୁ ମଧ୍ୟ ପଛାଉନାହାନ୍ତି। ଏହା ଦ୍ୱାରା ସବୁଜିମା ନଷ୍ଟ ହୋଇ ପାହାଡ଼ ତା’ର ଆକର୍ଷଣ ହରାଉଛି। ଏ ସମ୍ପର୍କରେ ବନ ବିଭାଗ ପାଖରେ କୌଣସି ଖବର ନ ଥିବା କୁହାଯାଉଛି। ପଚାରିଲେ ପଥର ଫଟାଯାଉଥିବା ସ୍ଥାନ ଘରୋଇ ବୋଲି ବିଭାଗ ସଫେଇ ଦେଉଛି। ଅନ୍ୟପକ୍ଷରେ ସଂରକ୍ଷିତ ଜଙ୍ଗଲରେ ଗଢିଉଠିଥିବା ଆଶ୍ରମକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।
ନୟାଗଡ଼ ପୁରୁଣା ସହର, ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପଥୁରୀପଡ଼ା, ଡାମେଣୀ ବୃନ୍ଦାବନପୁର, ନୂଆଗାଁ ବ୍ଲକ ଖଣ୍ଡୁଗାଁ ପଞ୍ଚାୟତର ପଦ୍ମପୁର, କ୍ଷେତ୍ରୀୟବରପୁର ଗ୍ରାମ କଡ଼ଦେଇ ଲମ୍ବିଯାଇଛି ବଳରାମ ପାହାଡ଼। ସହର ଓ ଗାଁ ମଝିରେ ଏହି ପାହାଡ଼ ଥିବାରୁ ଏହା ସବୁବେଳେ ଆକର୍ଷଣ ସାଜିଥାଏ। ସବୁଜିମାଭରା ଏହି ପାହାଡ଼କୁ ମାଫିଆମାନେ ବିଭାଗ ସହିତ ସଲାସୁତରା କରି ନଷ୍ଟ କରିବାରେ ଲାଗିଛନ୍ତି। ଡାମେଣୀ ବୃନ୍ଦାବନପୁର ଗ୍ରାମର କଡ଼ରେ ଥିବା ପାହାଡ଼ ମଝିରେ ପଥର ଖୋଳାଯାଉଛି। ପ୍ରତିଦିନ ଟ୍ରାକ୍ଟର ସାହାଯ୍ୟରେ ପଥର ଅଣାଯାଇ ବିକ୍ରି କରାଯାଉଛି। କ୍ଷେତ୍ରୀୟବରପୁର ଗ୍ରାମ ନିକଟ ପାହାଡରେ ମଧ୍ୟ ସମାନ ଅବସ୍ଥା। ପ୍ରଥମେ ପାହାଡ଼ରେ ବଡ ବଡ ପଥର ଫଟାଯାଇ ତଳକୁ ଅଣାଯାଉଛି। ପରେ ତାହାକୁ ବଜୁରୀ କରାଯାଇ ବିକ୍ରି କରାଯାଉଛି। ଖାଲି ସେତିକି ନୁହେଁ, ପଥୁରୀପଡ଼ା ଗ୍ରାମ ନିକଟ ପାହାଡ଼ ମଝିରେ ଏକ ଆଶ୍ରମ ପ୍ରତିଷ୍ଠା କରାଯାଇଛି। ଏହି ଆଶ୍ରମରେ କି କାର୍ଯ୍ୟ ହେଉଛି ତାହା ତଦନ୍ତସାପେକ୍ଷ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସଂରକ୍ଷିତ ପାହାଡ଼ରେ କିପରି ଆଶ୍ରମ ଗଢିଉଠିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏସବୁ କାର୍ଯ୍ୟ ଚାଲିଥିଲେ ମଧ୍ୟ ପ୍ରଶାସନ ଏ ଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନାହିଁ। ଏ ନେଇ ନୟାଗଡ଼ ରେଞ୍ଜର ସୁଶାନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଆଶ୍ରମଟି ଘରୋଇ ଜାଗାରେ ତିଆରି ହୋଇଛି। ପଥର ଫଟାଯାଇ ବିକ୍ରି କରାଯାଉଥିବା ସମ୍ପର୍କରେ ସେ ଉକ୍ତ ସ୍ଥାନ ରେଭିନ୍ୟୁ ଲ୍ୟାଣ୍ଡ ବୋଲି କହିଥିଲେ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗୋଟିଏ ଦୁଇଟି ରେଭିନ୍ୟୁ ଲ୍ୟାଣ୍ଡରେ ପଥର ଖୋଳାଯିବାକୁ ଅନୁମତି ଦିଆଯାଇଛି। ହେଲେ ମାଫିଆମାନେ ପାହାଡ଼ର ୫ରୁ ଅଧିକ ସ୍ଥାନରେ ପଥର ଖୋଳୁଥିବା ଦେଖାଯାଉଛି। ବିଭାଗ ଏହାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି। ଅନ୍ୟଥା ସବୁଜିମାଭରା ସଂରକ୍ଷିତ ପାହାଡ଼ ଟାଙ୍ଗରା ଭୂଇଁ ପାଲଟିବ ବୋଲି ସାଧାରଣରେ ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଦଶମ ଶ୍ରେଣୀ ନାବାଳିକାଙ୍କୁ ଅପହରଣ କରି କରିଥିଲେ ବଳାତ୍କାର, ମୋବାଇଲ୍‌ ଟ୍ରାକିଂ କରି ଅଭିଯୁକ୍ତଙ୍କୁ ମାଡ଼ି ବସିଲା…

ଦିଗପହଣ୍ଡି, ୪।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ବଳାତ୍କାର…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ବରଗଡ଼ରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ, ଖଡ଼ି ଛୁଆଁଇଲେ ଜିଲାପାଳ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ)- ଚଳିତ ଶିକ୍ଷାବର୍ଷରେ ନୂତନ ଛାତ୍ରୀଛାତ୍ରମାନଙ୍କ ନାମଲେଖା ଓ ଖଡ଼ିଛୁଆଁ ପାଇଁ ଶନିବାର ଜିଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri