ମାନ୍ୟତା ପାଇଁ ମୂଲ୍ୟାଙ୍କନ

ଢେଙ୍କାନାଳ ଅଫିସ, ୮।୨ – ବଦଳିବ କପିଳାସ ଜୁ’ର ମାଷ୍ଟର ପ୍ଲାନ। ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯିବ ଲେ-ଆଉଟ୍‌। ଥିମ୍‌ ଅନୁଯାୟୀ ରହିବେ ଜଙ୍ଗଲୀ ଜନ୍ତୁ। ଅପରିଷ୍କାର ପରିବେଶରୁ ଚିଡ଼ିଆଖାନାକୁ ମୁକ୍ତ କରାଯିବ। ସଫାସୁତରା ଉପରେ ଦିଆଯିବ ସ୍ବତନ୍ତ୍ର ଦୃଷ୍ଟି। ଜନ୍ତୁଙ୍କ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ଡାକ୍ତର, କର୍ମଚାରୀ ଏବଂ ତତ୍ତ୍ୱାବଧାରକ ନିୟୋଜିତ ହେବ। ଏ ନେଇ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦିଆଯିବ। କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏଆଇ)ଙ୍କ ଦୁଇଜଣିଆ ପ୍ରତିନିଧି ଦଳ ଶୁକ୍ରବାର କପିଳାସ ଜୁ’ ପରିଦର୍ଶନ କରି ଏପରି ଆଶ୍ୱାସନା ଦେବା ପରେ ଚିଡ଼ିଆଖାନା ମାନ୍ୟତାକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ମିଳିଛି ଆଶାର କିରଣ।
ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଗୁରୁବାର ସିଜେଡ୍‌ଏଆଇ କମିଟି ସଦସ୍ୟ ତଥା ଝାଡ଼ଖଣ୍ଡ ବନ୍ୟପ୍ରାଣୀ ବିଭାଗର ଅବସରପ୍ରାପ୍ତ ପିସିସିଏଫ୍‌ ପ୍ରଦୀପ କୁମାର ଏବଂ ଦିଲ୍ଲୀ ଚିଡ଼ିଆଖାନାର କ୍ୟୁରେଟର ଡ. ଏ.କେ. ମାଲହୋତ୍ରା ଚିଡ଼ିଆଖାନା ପରିସରରେ ଭିତ୍ତିଭୂମି ଯାଞ୍ଚ କରିଛନ୍ତି। ଉଭୟ ଅଧିକାରୀ ପ୍ରାଣୀଙ୍କ କେଜ୍‌, ଉଦ୍ୟାନ, ବୋଟିଂ ବ୍ୟବସ୍ଥା, ରେସ୍‌କ୍ୟୁ ସେଣ୍ଟରରେ ଥିବା ୫ହାତୀ, ପିଲାମାନଙ୍କ ମନୋରଞ୍ଜନ ପାଇଁ ଲାଗିଥିବା ଦୋଳି ଆଦିର ତଦାରଖ କରିଥିଲେ। ଏଥିସହ କପିଳାସ ରେଞ୍ଜ କାର୍ଯ୍ୟାଳୟରେ ଚିଡ଼ିଆଖାନାର କାଗଜପତ୍ର ଓ ଫାଇଲ ଯାଞ୍ଚ କରିଥିଲେ।
ଅଧିକାରୀମାନେ ଚିଡ଼ିଆଖାନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆଲୋଚନା କରି ରାସ୍ତାରେ ଜୁ’ ସମ୍ପର୍କିତ ବଡ଼ ସୂଚନା ଫଳକ ଲଗାଇବା, କେଜ୍‌ ଏବଂ ବାଡ଼ଗୁଡ଼ିକୁ ମଜଭୁତ କରିବା, କେଜ୍‌ରେ ଥିବା ଜନ୍ତୁଙ୍କ ନାମ ବଡ଼ ଅକ୍ଷରରେ ଠିକ୍‌ ଭାବେ ଲେଖିବା, ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ, ପାନୀୟଜଳ, ସୁରକ୍ଷା କର୍ମଚାରୀ ମୁତୟନ, ବୋଟିଂ ବ୍ୟବସ୍ଥାକୁ ବ୍ୟାପକ କରିବା, ପରିବେଶକୁ ସ୍ବଚ୍ଛ ରଖିବା, ପ୍ରାଣୀଙ୍କ ଚିକିତ୍ସା ପାଇଁ ବିଶେଷଜ୍ଞ ନିଯୁକ୍ତି ସମେତ ଚିକିତ୍ସା କେନ୍ଦ୍ର ଖୋଲିବା ଉପରେ ଗୁରୁତ୍ୱ ଦେଇଛନ୍ତି। ସୁନ୍ଦର ମାଷ୍ଟର ପ୍ଲାନ ଏବଂ ଲେ-ଆଉଟ୍‌ ପ୍ରସ୍ତୁତ କରାଗଲେ ପ୍ରକୃତି କୋଳରେ ଥିବା ଏହି ଚିଡ଼ିଆଖାନା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ଉଭୟେ ଆଶାବ୍ୟକ୍ତ କରିଛନ୍ତି।
ଚିଡ଼ିଆଖାନାକୁ ବାଘ ଅଣାଯିବା ସମ୍ପର୍କରେ ସୂଚନା ଦେଇ ପ୍ରଦୀପ କହିଛନ୍ତି, ମହାବଳ, ଚିତାବାଘ ଭଳି ମାଂସାହାରୀ ଜୀବଙ୍କୁ ରଖିବାକୁ ହେଲେ ବିଶେଷଜ୍ଞ ଏବଂ ବନ୍ୟପ୍ରାଣୀ ଡାକ୍ତରୀ ଦଳର ଆବଶ୍ୟକତା ରହିଛି। ଚିଡ଼ିଆଖାନାରେ ଏହି ସୁବିଧା ନାହିଁ। ତେଣୁ ବାଘ ଆଣିବାରେ ସମସ୍ୟା ସୃଷ୍ଟି ହେଉଥିବା ଏଠାକାର କର୍ମଚାରୀମାନେ କହିଛନ୍ତି। କେଜ୍‌ ଏବଂ ଅନ୍ୟ ସୁବିଧା କରାଗଲେ ଏ ସମ୍ପର୍କରେ ସରକାରଙ୍କୁ ପ୍ରସ୍ତାବ ଦିଆଯିବ। ଏହା ହୋଇପାରିଲେ ପର୍ଯ୍ୟଟକମାନେ କପିଳାସ ଚିଡ଼ିଆଖାନାରେ ଜାତୀୟ ପଶୁକୁ ଦେଖିବାର ସୁଯୋଗ ପାଇପାରିବେ। ସେହିପରି ହାତୀ ରେସ୍‌କ୍ୟୁ ସେଣ୍ଟର ପରିଦର୍ଶନ କରି ପ୍ରଦୀପ ବେଶ୍‌ ଖୁସିବ୍ୟକ୍ତ କରିଛନ୍ତି। ଏ ନେଇ ସେ କହିଛନ୍ତି, କୌଣସି ଜଙ୍ଗଲୀ ଜୀବଙ୍କୁ ଉଦ୍ଧାର କରିବା ଏବଂ ଏହାର ଜୀବନ ବଞ୍ଚାଇ ସୁରକ୍ଷିତ ଭାବେ ରଖିବା ନିଶ୍ଚିତ ଭାବେ ଉତ୍ତମ ପଦକ୍ଷେପ। ହାତୀ ଭଳି ପ୍ରାଣୀ ଅସୁସ୍ଥ ଥିଲେ ତା’ର ପରିବାର ସଦସ୍ୟ ଏବଂ ପ୍ରକୃତି ପ୍ରଥମେ ତାକୁ ଭଲ କରିବାକୁ ଉଦ୍ୟମ କରିଥାନ୍ତି। ଏହା କରିବାରେ ବିଫଳ ହେଲେ ପରିତ୍ୟକ୍ତ ଅବସ୍ଥାରେ ଛାଡ଼ିଦେଇ ପଳାଇଥାନ୍ତି। ସେହି ସମୟରେ ରେସ୍‌କ୍ୟୁ ସେଣ୍ଟର ଆବଶ୍ୟକତା ବହୁଗୁଣରେ ବଢ଼ିଯାଏ। ଉଦ୍ଧାର ଜନ୍ତୁର ଚିକିତ୍ସା କରିବା, ସ୍ବତନ୍ତ୍ର ଯତ୍ନନେବା ଆବଶ୍ୟକ ହୋଇପଡ଼େ। ଉଦ୍ଧାର ହୋଇ ଆସିଥିବା ଜନ୍ତୁ ଚିଡ଼ିଆଖାନାର ସମ୍ପଦ ହୋଇଯାଆନ୍ତି। ଚିଡ଼ିଆଖାନାରେ ପ୍ରଶିକ୍ଷିତ ମାହୁନ୍ତଙ୍କ ଅଭାବ ରହିଛି। ସୀମିତ ସାଧନ ସତ୍ତ୍ୱେ ଡିଏଫ୍‌ଓ, ରେଞ୍ଜର ଏବଂ କର୍ମଚାରୀଙ୍କ ଉଦ୍ୟମରେ ଏଠାରେ ସୁନ୍ଦର ପରିବେଶ ସୃଷ୍ଟି ହୋଇପାରିଛି। ଏଥିଲାଗି ସେମାନେ ପ୍ରଶଂସାର ହକ୍‌ଦାର ବୋଲି ପ୍ରଦୀପ କହିଛନ୍ତି।
ସୂଚନାଯୋଗ୍ୟ, ୧୯୭୯ ଜାନୁୟାରୀ ୨୬ କପିଳାସରେ ପ୍ରଥମେ ଡିଅର ପାର୍କ ଆରମ୍ଭ ହୋଇଥିଲା। ୧୯୮୬ ଏପ୍ରିଲ ୧ରେ ଏହାକୁ ମିନି ଚିଡ଼ିଆଖାନାର ମାନ୍ୟତା ମିଳିଲା। ୧୯୯୫ ଏପ୍ରିଲ ୧ରେ ସିଜେଡ୍‌ଆଇର ଅନୁମୋଦନ ପରେ ଏହାକୁ ଚିଡ଼ିଆଖାନା ମାନ୍ୟତା ପ୍ରଦାନ କରାଯାଇଥିଲା। ୨୬.୬୪ ହେକ୍ଟର ପରିମିତ ଜମିରେ ଗଢ଼ି ଉଠିଥିବା କପିଳାସ ଜୁ’ରେ ୨୪୭ ଜୀବଜନ୍ତୁ ଅଛନ୍ତି। ତେବେ ୨୦୧୯ ସେପ୍ଟେମ୍ବର ୨୯ରୁ ଚିଡ଼ିଆଖାନାର ମାନ୍ୟତା ଅବଧି ଶେଷ ହୋଇଯାଇଛି। ଆବଶ୍ୟକ ଗାଇଡ୍‌ଲାଇନ ପାଳନ କରାଯାଉ ନ ଥିବାରୁ ଏହାର ମାନ୍ୟତା ପ୍ରତ୍ୟାହାର କରିନେବାକୁ ସିଜେଡ୍‌ଆଇ ଗତ ନଭେମ୍ବରରେ ଢେଙ୍କାନାଳ ବନ ବିଭାଗକୁ ପତ୍ର ଲେଖିଥିଲା। ଏହାପରେ ବନ ବିଭାଗ ପକ୍ଷରୁ ଜୁ’ର ଉନ୍ନତୀକରଣ ଲାଗି ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା। ଏହାପରେ ସିଜେଡ୍‌ଆଇର ଦୁଇଜଣିଆ ପ୍ରତିନିଧି ଦଳ ଜୁ’ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ଡିଏଫ୍‌ଓ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ରେଞ୍ଜର ଦର୍ଶନିଆ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପୂର୍ବରୁ ଗତ ଗୁରୁବାର ଦୁଇ ଅଧିକାରୀ ନନ୍ଦନକାନନ ମଧ୍ୟ ଗସ୍ତ ଭିତ୍ତିଭୂମି ପରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ବନ୍ଧାହେଲେ କୁଖ୍ୟାତ ଗଞ୍ଜେଇ ମାଫିଆ: ବିଦେଶୀ ମଦ ସହ ଗଞ୍ଜେଇ ଜବତ

ପରଜଙ୍ଗ,୯/୪(ନିଗମାନନ୍ଦ ଦଳବେହେରା)ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ବାରିହାପୁର ପଇଁନ୍ତିରିଆ ସାହିରେ ଗୁରୁବାର ଭୋର କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ ଟିମ। ଗିରଫ ଅଭିଯୁକ୍ତ ହେଲେ…

ସ୍କୁଲରେ ରୋଷେଇ ବେଳେ ଅଘଟଣ: ଗରମ ଡାଲି ପଡ଼ି ୨ ରୋଷେୟା ଆହତ

ପରଜଙ୍ଗ, ୮।୪(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁମୁସି ହାଇସ୍କୁଲରେ ବୁଧବାର ଛାତ୍ରୀଛାତ୍ରଙ୍କ ପାଇଁ ଭୋଜନ ରୋଷେଇ ହେଉଥିବାବେଳେ ଅଘଟଣ। ଗରମ ଡାଲି ପଡ଼ି…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସହରରେ ବୁଲୁଛି ଦନ୍ତା, ଲୋକେ ଭୟଭୀତ

ଭୁବନ,୩ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ବିଭିନ୍ନ ସ୍ଥାନରେ ଦନ୍ତାହାତୀ ଜନଗହଳିରେ ଯାତାୟାତ କରୁଥିବା ଦେଖିବାକୁ ମିଳିଛି। ଦନ୍ତାହାତୀଟି ସୁକିନ୍ଦା ଅଞ୍ଚଳରୁ ଆସି ଭୁବନ…

ଫିଲ୍ମ ଷ୍ଟାଇଲ୍‌ରେ ଗୋରୁ ଗାଡ଼ିକୁ ୧୨ କିଲୋମିଟର ଗୋଡ଼ାଇ ଗୋଡ଼ାଇ ଶେଷରେ ପୋଲିସ…

ପରଜଙ୍ଗ,୨ା୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ପୋଲିସ ଫିଲ୍ମ ଷ୍ଟାଇଲରେ ପ୍ରାୟ ୧୨ କିଲୋମିଟର ରାସ୍ତା ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ି ଧରିବାରେ…

ବାଇକରେ ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା କୁକୁର, ଘଟଣାସ୍ଥଳରେ…

ପରଜଙ୍ଗ, ୩୧।୩(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୫୩ ନଂ ଜାତୀୟ ରାଜପଥର ଦୁର୍ଗା ହୋଟେଲ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ…

ଧାନମଣ୍ଡିରେ ବ୍ୟାପକ ଅନିୟମିତତା: ରାସ୍ତାରେ ଧାନ ରଖି ପ୍ରତିବାଦ କଲେ ଚାଷୀ

ପରଜଙ୍ଗ,୩୦ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକସ୍ଥିତ ସାଆନ୍ଦା କୃଷି ସମବାୟ ସମିତି କାର୍ଯ୍ୟାଳୟ ଅଧିନରେ ହେଉଥିବା ଧାନମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଯେଉଁ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri