Categories: ବାଣିଜ୍ୟ

ମାନ୍ଦାବସ୍ଥା ପ୍ରଭାବ ଶେଷ ହୋଇଛି: ସୀତାରାମନ

ନୂଆଦିଲ୍ଲୀ,୨୯-୨: ଦେଶ ମଧ୍ୟରେ ମାନ୍ଦାବସ୍ଥାର ପ୍ରଭାବ ଶେଷ ହୋଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଶୁକ୍ରବାର କହିଛନ୍ତି। ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶର ବିକାଶ ହାର ୫% ରହିବା ନେଇ ଏନ୍‌ଏସ୍‌ଓ ଆକଳନରେ କହିଛି। ଏଭଳି ସ୍ଥିତିରେ କରୋନା ଭାଇରସ ଉପରେ ମତ ରଖି ସୀତାରାମନ କହିଛନ୍ତି ଯେ, ଏହି ଭାଇରସର ବିପଦକୁ ଧ୍ୟାନରେ ରଖି ତ୍ୱରିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଆଗାମୀ ୩ ସପ୍ତାହ ମଧ୍ୟରେ ଏହି ଭାଇରସର ପ୍ରଭାବକୁ ହ୍ରାସ କରିବା ଉଚିତ। ଏହାକୁ ନିୟନ୍ତ୍ରଣାଧୀନ ନ କଲେ ଏହା ଏକ ପ୍ରମୁଖ ଚ୍ୟାଲେଞ୍ଜ ହେବ। ଏହାବାଦ ଦେଶର ବିତ୍ତ ପ୍ରତିଷ୍ଠାନଗୁଡ଼ିକର ବିକାଶ ଦିଗରେ ସରକାର କାର୍ଯ୍ୟ କରୁଥିବା ସେ ମତ ଦେଇଛନ୍ତି। ଏନ୍‌ଏସ୍‌ ଓଠାରେ ଖବରଦାତାଙ୍କୁ ସୂଚନା ଦେଇ ଅର୍ଥନୈତିକ ବ୍ୟାପାର ସଚିବ ଅତନୁ ଚକ୍ରବର୍ତ୍ତୀ କହିଛନ୍ତି ଯେ, ମାନ୍ଦାବସ୍ଥା ପ୍ରଭାବ ଶେଷ ହୋଇଛି। ଜାନୁୟାରୀ ମାର୍ଚ୍ଚରେ କୋର ସେକ୍ଟରରେ ଅଭିବୃଦ୍ଧି ସାଧନ ହୋଇଛି। ଜାନୁୟାରୀ-ମାର୍ଚ୍ଚରେ ମାନୁଫାକଚରିଂ କ୍ଷେତ୍ରରେ ଉନ୍ନତି ଆସିଛି। କରୋନାର ପ୍ରଭାବ ବିଶ୍ୱ ଅର୍ଥନୀତି ଲାଗି ଏକ ପ୍ରମୁଖ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ବୋଲି ଚକ୍ରବର୍ତ୍ତୀ ମତ ପ୍ରକାଶ କରିଛନ୍ତି।

Share