Categories: ବାଣିଜ୍ୟ

ମାନ୍ଦାବସ୍ଥା ଦୂର ଲାଗି ଯଥା ସମ୍ଭବ ପ୍ରୟାସ ହେଉଛି: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧୯-୯: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ଦୂରୀକରଣ ଲାଗି ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ପ୍ରୟାସ ଜାରି ରହିଥିବା ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗର ସିଇଓ ଅମିତାଭ କାନ୍ତ କହିଛନ୍ତି। ଅଲ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏଶନର ଏକ କାର୍ଯ୍ୟକ୍ରମରେ କାନ୍ତ କହିଛନ୍ତି ଯେ, ଗତ ୫ ବର୍ଷ ଭାରତର ବିକାଶ ହାର ପ୍ରାୟ ୭.୫% ରହିଥିଲା। ଚଳିତ ବର୍ଷ ଏହା ୫%କୁ ଖସିଛି। ସରକାର ଏବଂ ରିଜର୍ଭ ବ୍ୟାଙ୍କ ଏହି ପ୍ରସଙ୍ଗକୁ ଧ୍ୟାନରେ ରଖିଛନ୍ତି। ସବୁ ପ୍ରସଙ୍ଗକୁ ବିଚାର କରାଯାଇଛି। ଅର୍ଥନୀତିରେ ତ୍ୱରିତତା ଆଣିବା ଲାଗି ରିଜର୍ଭ ବ୍ୟାଙ୍କ ପ୍ରାୟ ୧.୧୦% ରେପୋ ହ୍ରାସ କରିଛି। ଆଗାମୀ ଦିନରେ ବିଭିନ୍ନ ସୁଧାର ପଦକ୍ଷେପ ଜାରି ରହିବ। ସେ କହିଛନ୍ତି, ସରକାର ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି। ଦେଶର ସାଙ୍ଗଠନିକ ଢାଞ୍ଚା ମଜବୁତ ରହିଛି। ଏହାବାଦ ଖନନ ଏବଂ କୋଇଲା କ୍ଷେତ୍ରରେ ଅଧିକ ସୁଧାରର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି।

Share